ଜୟପୁର: ବାଦ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲା ଗତକାଲିର ଚେନ୍ନାଇ-ରାଜସ୍ଥାନ ମ୍ୟାଚ । ମ୍ୟାଚ ଶେଷରେ କ୍ୟାପ୍ଟେନ କୁଲ ନିଜର କୁଲନେସ ହାରଇ ବସିଥିଲେ ମଧ୍ୟ ଚେନ୍ନାଇର ବୋଲିଂ ସମୟରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ । ବୋଲର ଦୀପକ ଚହରଙ୍କ କଥାରେ ଧୋନି ରିଭ୍ୟୁ ଡିସିସନ ନେଇଥିଲେ ।
ମ୍ୟାଚରେ ଚହର ରାଜସ୍ଥାନ ଅଧିନାୟକ ଆଜିଙ୍କ୍ୟ ରାହାଣେ ବିରୋଧରେ ଏଲବିଡବ୍ଲ୍ୟୁ ଅପିଲ୍ କରିଥିଲେ ଏବଂ ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ । ତେବେ ଚହର ପ୍ରଥମେ ରିଭ୍ୟୁ ନେବାକୁ କହିଥିଲେ । ମାତ୍ର ଧୋନି ନିଶ୍ଚିତ ନଥିଲେ । କିନ୍ତୁ ଚହର ତାଙ୍କୁ ଛୋଟ ପିଲା ପରି ମନାଇବାକୁ ଚେଷ୍ଟା କରୁଥିଲେ । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।