ମୁମ୍ବାଇ: ଆଇପିଏଲ 2021 ପାଇଁ ମୁମ୍ବାଇ ପହଞ୍ଚିଲେ ୱେଷ୍ଟଇଣ୍ଡିଜ ଟି20 ସୁପରଷ୍ଟାର ଆଣ୍ଡ୍ରେ ରସେଲ ଓ ସୁନୀଲ ନାରିନ । ଇଣ୍ଡିଆନ ପ୍ରିମିୟର ଲିଗ୍ର ଆଗାମୀ ସଂସ୍କରଣ ପାଇଁ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି ଉଭୟ କାରବିୟନ ଖେଳାଳି । କୋଲକାତା ନାଇଟ ରାଇଡର୍ସ ଟ୍ରେନିଂ କ୍ୟାମ୍ପ ଆରମ୍ଭ ପୂର୍ବରୁ ମୁମ୍ବାଇର ଏକ ହୋଟେଲରେ 7 ଦିନିଆ କ୍ବାରେଣ୍ଟିନ ଆରମ୍ଭ କରିଛି ।
"ଆଇପିଏଲ କଥା ଭାବିଲେ, ଆପେଆପେ ମନକୁ ଆସିଯାଏ ଭାରତ । ସେଥିପାଇଁ ଭାରତ ଫେରିଥିବାରୁ ଉତ୍ସାହିତ । ଗତ ସଂସ୍କରଣ ଠାରୁ ଭଲ ପ୍ରଦର୍ଶନ ଆଶାରେ ରହିଛୁ ।" ଏହା କହିଛନ୍ତି ନାରିନ । ଅନ୍ୟପଟେ ରସେଲ ଫ୍ୟାନ୍ସଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଏବେ ଭାରତରେ ଖେଳାଯିବ । ଆମେ ପାଖରେ ରହିବୁ ।"