ଅହମ୍ମଦାବାଦ: କୋରୋନା କାଳରେ ଜୈବ ସୁରକ୍ଷା ବଳୟ ମଧ୍ୟରେ ଖେଳାଯାଉଛି କ୍ରିକେଟ । ତେବେ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଜଣେ ଅମାନିଆ ଫ୍ୟାନ୍ସ ଭାରତୀୟ କ୍ୟାପଟେନ ବିରାଟ କୋହଲିଙ୍କୁ ଭେଟିବାକୁ ନିୟମ ଉଲଂଘନ ସହ ପଡିଆ ମଧ୍ୟକୁ ଚାଲିଯାଇଥିବା ଦେଖାଯାଇଥିଲା।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ସହ ପିଙ୍କ୍ ଟେଷ୍ଟ ଖେଳାଯାଉଛି । ଖେଳାଳି ଓ ମ୍ୟାଚ ଅଧିକାରୀଙ୍କୁ କାହାରିକୁ ସାକ୍ଷାତ କରିବାକୁ ବାରଣ କରାଯାଇଛି ।
ତେବେ ଯୁବକ ଜଣଙ୍କ ନିଜ ଆଡକୁ ଆସୁଥିବାର ଦେଖି ନେଇଥିଲେ କୋହଲି । ଏହାପରେ କିଛି ପାଦ ପଛକୁ ଘୁଞ୍ଚିଯାଇଥିଲେ । ତେବେ ଯୁବକ ଜଣଙ୍କ ନିଜର ଭୁଲ ବୁଝିପାରିବା ସହ ପଡିଆରୁ ଫେରିଯାଇଥିଲେ । ଷ୍ଟାଡିୟମରେ ବସିଥିବା ଅନ୍ୟ ଦର୍ଶକ ଖୁବ ଜୋର୍ରେ ଚିଲ୍ଲେଇଥିଲେ ।
ଜୈବ ସୁରକ୍ଷା ବଳୟ ଗାଇଡଲାଇନ ଅନୁଯାୟୀ, ଖେଳାଳି କିମ୍ବା ମ୍ୟାଚ ଅଧିକାରୀଙ୍କୁ କୌଣସି ଲୋକଙ୍କୁ ସାକ୍ଷାତ କରିବାର ଅନୁମତି ନାହିଁ । ଏପରିକି ଅଭ୍ୟାସ ସେସନ କିମ୍ବା ମ୍ୟାଚ ଆରମ୍ଭ ପୂର୍ବରୁ ମଧ୍ୟ ଅନୁମତି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ