ଓଡିଶା

odisha

ଜାଫରଙ୍କ 'ଶ୍ରେଷ୍ଠ ଟି-20' ଟିମରେ ୱାର୍ଣ୍ଣର କ୍ୟାପ୍‌ଟେନ

By

Published : Apr 21, 2020, 1:00 PM IST

ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫର 'ଶ୍ରେଷ୍ଠ ଟି-20 ଏକାଦଶ' ଟିମ ଘୋଷଣା କରିଛନ୍ତି । ଏହି ଟିମରେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର କ୍ୟାପଟେନ ଅଛନ୍ତି । ଏକମାତ୍ର ଭାରତୀୟ ଖେଳାଳି ଭାବେ, ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ଏହି ଟିମରେ ସ୍ଥାନ ଦିଆଯାଇଛି ।

Wasim jaffer picks David Warner as skipper of his best T20 XI
ୱାସିମ ଜାଫରଙ୍କ 'ଶ୍ରେଷ୍ଠ ଟି-20' ଟିମ ରେ ଡେଭିଡ ୱାର୍ଣ୍ଣର କ୍ୟାପଟେନ

ମୁମ୍ବାଇ: ଭେଟେରାନ ଭାରତୀୟ ବ୍ୟାଟ୍ସମ୍ୟାନ ୱାସିମ ଜାଫର 'ଶ୍ରେଷ୍ଠ ଟି-20 ଏକାଦଶ' ଟିମ ଘୋଷଣା କରିଛନ୍ତି । ଏହି ଟିମରେ ଅଷ୍ଟ୍ରେଲିଆ ଓପନର ଡେଭିଡ ୱାର୍ଣ୍ଣର କ୍ୟାପଟେନ ରହିଛନ୍ତି । ୱାର୍ଣ୍ଣରଙ୍କ ସହ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜାମଙ୍କୁ ଓପନିଂ ଯୋଡି ଭାବେ ଚୟନ କରିଛନ୍ତି ।

ଶ୍ରେଷ୍ଠ ଟି-20 ଏକାଦଶର 3 ନମ୍ବର ସ୍ଥାନରେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱିଲିୟମସନ ଓ 4ରେ ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସଙ୍କୁ ସ୍ଥାନ ମିଳିଛି । ତେବେ ଗୋଟିଏ ଦେଶରୁ ଜଣେ ଖେଳାଳିଙ୍କୁ ଚୟନ କରିଛନ୍ତି ଜାଫର । ଏକମାତ୍ର ଭାରତୀୟ ଭାବେ ସ୍ପିଡଷ୍ଟାର ଜଶପ୍ରୀତ ବୁମରାଙ୍କୁ ଏହି ଟିମରେ ସାମିଲ ହୋଇଛନ୍ତି ।

ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜସ ବଟଲର, ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଆଣ୍ଡ୍ରେ ରସେଲ, ଆଫଗାନିସ୍ତାନ ସ୍ପିନର ରସିଦ ଖାନ ଓ ନେପାଳ ସ୍ପିନର ସନ୍ଦୀପ ଲାମିଚାନେଙ୍କୁ ଟିମରେ ସ୍ଥାନ ଦେଇଛନ୍ତି ।

ABOUT THE AUTHOR

...view details