ନୂଆଦିଲ୍ଲୀ:ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପାକିସ୍ତାନୀ କ୍ରିକେଟ କିମ୍ବଦନ୍ତୀ ୱାସିମ ଆକ୍ରମ। କୋରୋନା ଆକ୍ରାନ୍ତ ହେବାପରେ ଆଜି(ଶୁକ୍ରବାର) ସଚିନ ତେନ୍ଦୁଲକରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ମାର୍ଚ୍ଚ 27 ତାରିଖରେ ସେ କୋରୋନା ସଂକ୍ରମିତ ହୋଇଥିବା ନେଇ ଟ୍ବିଟ ଯୋଗ ସୂଚନା ଦେଇଥିଲେ।
ଏହାକୁ ନେଇ ପାକିସ୍ତାନର ପୂର୍ବତନ ଆକ୍ରାମକ ବୋଲର ୱାସିମ ଆକ୍ରମ ଲେଖିଛନ୍ତି ଯେ, "ଯେତେବେଳ ତୁମେ 16 ବର୍ଷର ବାଳକ ଥିଲ ସେତେବେଳେ ତୁମେ ବିଶ୍ବର ପ୍ରମୁଖ ବୋଲରଙ୍କୁ ସାମ୍ନା କରିବାର ସାହାସ ରଖୁଥିଲା। ମୁଁ ନିଶ୍ଚିତ ଯେ ଏହି କୋଭିଡ-19କୁ ବି ତୁମେ ଛକା ମାରି ସୁସ୍ଥ ହେବ। ଭାରତ ବିଶ୍ବକପ ବିଜୟୀ ହେବାର 10 ବର୍ଷ ପୂର୍ତ୍ତି ଅବସରରେ ତୁମେ ହସ୍ପିଟାଲରେ ଡାକ୍ତରମାନଙ୍କ ସହ ଉତ୍ସବ ପାଳନ କର। ମୋତେ ଏକ ଫୋଟ ପଠାଇବାକୁ ଭୁଲିବନି।"
ଏହାପୂର୍ବରୁ ସଚିନ ତେନ୍ଦୁଲକର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ସୂଚନା ଦେଇଥିଲେ। ତାଙ୍କ ପାଇଁ ପ୍ରାର୍ଥନା କରିଥିବା ପ୍ରତ୍ୟେକ ପ୍ରଶଂସକଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଡାକ୍ତରୀ ପରାମର୍ଶ ଏବଂ ଅଧିକ ଚିକିତ୍ସା ପାଇଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ସଚିନ ଲେଖିଛନ୍ତି । ଏହା ସମସ୍ତେ ସେ, ସମସ୍ତଙ୍କୁ ନିଜର ସୁରକ୍ଷା ନେବା ସହ ସୁରକ୍ଷିତ ରହିବାକୁ ଅନୁରୋଧ କରିଛନ୍ତି ।
2011 ବିଶ୍ବକପରେ ଭାରତର ବିଜୟକୁ 10 ବର୍ଷ ପୂରିଛି । ଭାରତର ଏହି ବିଜୟ ପାଇଁ ସଚିନ ତେନ୍ଦୁଲକର ସମସ୍ତ ଟିମ ସଦସ୍ୟକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରୋଡ ସେଫଟି ୱାର୍ଲଡ ସିରିଜ ପରେ ସଚିନ ତେନ୍ଦୁଲକରଙ୍କ ସମେତ ଇରାଫ ପଠାନ ଓ ତାଙ୍କ ଭାଇ ୟୁସୁଫ ପଠାନ ଓ ଏସ ବଦ୍ରିନାଥ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ