ବ୍ରିସବେନ: ପୂର୍ବତନ ଅଷ୍ଟ୍ରେଲୀୟ କ୍ୟାପଟେନ ରିକି ପଣ୍ଟିଂ ଭାରତର ନିମ୍ନକ୍ରମ ବ୍ୟାଟିଂକୁ ପ୍ରଶଂସା କରିଛନ୍ତି । ବିଶେଷ କରି ସପ୍ତମ ୱିକେଟ ଯୋଡିରେ ୱାସିଂଟନ ସୁନ୍ଦର ଓ ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ହୋଇଥିବା ଭାଗିଦାରୀରେ ପ୍ରଭାବିତ ହୋଇଛନ୍ତି ପଣ୍ଟିଂ ।
ଉଭୟ ଶାର୍ଦ୍ଦୁଳ ଓ ୱାସିଂଟନ ଅର୍ଦ୍ଧଶତକୀୟ ଇଂନିସ ଖେଳିବା ସହ ଶତକୀୟ ଭାଗିଦାରୀ କରିଥିଲେ । ଫଳରେ 186 ରନରେ 6 ପ୍ରମୁଖ ୱିକେଟ ହରାଇ ସଂକଟରେ ପଡିଥିବା ଭାରତୀୟ ଟିମକୁ ଉଦ୍ଧାର କରିବା ସହ ଲଢୁଆ ଜବାବ ଦେଇଥିଲେ । ସପ୍ତମ ୱିକେଟ ଯୋଡିରେ ଉଭୟଙ୍କ ମଧ୍ୟରେ 123 ରନର ରେକର୍ଡ ଭାଗିଦାରୀ ହୋଇଥିଲା । ସୁନ୍ଦର 62 ଓ ଶାର୍ଦ୍ଦୁଳ 67 ରନର ଇଂନିସ ଖେଳିବା ପରେ ଭାରତ ପ୍ରଥମ ଇଂନିସରେ 336 ରନ କରିପାରିଥିଲା ।