ନୂଆଦିଲ୍ଲୀ: ଟିମ ଇଣ୍ଡିଆର ନିୟମିତ କ୍ୟାପଟେନ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା କ୍ୟାପଟେନ ଦାୟିତ୍ବ ସମ୍ଭାଳିବେ । ବାଂଲାଦେଶ ବିପକ୍ଷ ଟି-20 ସିରିଜରେ ରୋହିତଙ୍କୁ କ୍ୟାପଟେନ ଦାୟିତ୍ବ ମିଳିଛି । ରବିବାର ସିରିଜର ପ୍ରଥମ ମ୍ୟାଚ ଦିଲ୍ଲୀସ୍ଥିତ ଅରୁଣ ଜେଟଲି ଷ୍ଟାଡିୟମ ଖେଳାଯିବ । ଏଥିପାଇଁ ଭାରତୀୟ ଦଳ ପ୍ରସ୍ତୁତ ବୋଲି ରୋହିତ ଶର୍ମା କହିଛନ୍ତି ।
‘କୋହଲି ଯେଉଁଠି ଛାଡିଥିଲେ, ସେହି ଠାରୁ ଦଳ ଆଗକୁ ବଢିବ’ - Rohit Sharma take team Forward
କୋହଲି ଯେଉଁଠାରେ ଟିମକୁ ଛାଡିଥିଲେ, ସେହିଠାରୁ ହିଁ ଟିମକୁ ଆଗକୁ ନେବି ବୋଲି ରୋହିତ ଶର୍ମା କହିଛନ୍ତି ।

ରୋହିତ ଶର୍ମା
ତେବ ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନିରେ ରୋହିତ ଟିମର ପ୍ରଦର୍ଶନକୁ ନେଇ ଦୃଢୋକ୍ତି କରିଛନ୍ତି । କୋହଲି ଯେଉଁଠାରେ ଟିମକୁ ଛାଡିଥିଲେ, ସେହିଠାରୁ ହିଁ ସେ ଆଗକୁ ନେବେ । ଏଥିସହିତ ଆଇସିସି ଟି-20 ମାନ୍ୟତାରେ ଟିମ ଇଣ୍ଡିଆର ସ୍ଥାନକୁ ନେଇ ଖୁସି ନାହାଁନ୍ତି ରୋହିତ । ଆସନ୍ତା ବର୍ଷ ଟି-20 ବିଶ୍ବକପ ଥିବାରୁ ଟିମକୁ ସମସ୍ତ ବିଭାଗରେ ଶ୍ରେଷ୍ଠ ହେବାକୁ ପଡିବ କହିଛନ୍ତି ରୋହିତ ।