ଓଡିଶା

odisha

ETV Bharat / sports

ଧୋନିଙ୍କ ପରି ହେବାକୁ ଚାହାଁନ୍ତି ଅଷ୍ଟ୍ରେଲିଆ ୱିକେଟ କିପର - ମହେନ୍ଦ୍ର ସିଂହ ଧୋନି ଆଲେକ୍ସ କେରୀ ନ୍ୟୁଜ

ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ପରି ହେବାକୁ ଚାହାଁନ୍ତି ଅଷ୍ଟ୍ରେଲିଆ ୱିକେଟ କିପର ଆଲେକ୍ସ କେରୀ । ଅଧିକ ପଢନ୍ତୁ...

Alex Carey on MS Dhoni
ଧୋନିଙ୍କ ପରି ହେବାକୁ ଚାହାନ୍ତି ଅଷ୍ଟ୍ରେଲିଆ ୱିକେଟ କିପର

By

Published : Jan 12, 2020, 10:33 AM IST

ମୁମ୍ବାଇ: ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ପରି ହେବାକୁ ଚାହାଁନ୍ତି ଅଷ୍ଟ୍ରେଲିଆ ୱିକେଟ କିପର ଆଲେକ୍ସ କେରୀ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି । ସେଥିପାଇଁ ଅଷ୍ଟ୍ରେଲିଆ ଟିମ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛି । ଅଭ୍ୟାସ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏମିତି କିଛି କହିଛନ୍ତି ଅଷ୍ଟ୍ରେଲିଆର ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ।

ଟିମ ଇଣ୍ଡିଆ ପାଇଁ ଧୋନିଙ୍କର ଯାହା ଅବଦାନ ରହିଛି, ଅଷ୍ଟ୍ରେଲିଆ ପାଇଁ ସେ ସେମିତି କରିବାକୁ ଚାହାଁନ୍ତି । ବିଶେଷ କରି ବଡ ମ୍ୟାଚରେ ଚାପର ବଶବର୍ତ୍ତୀ ନହୋଇ ଧୋନିଙ୍କ ଦଳକୁ ବିଜୟ କରିବାର ମନ୍ତ୍ରରେ ସେ ପ୍ରଭାବିତ । ଏଥିସହିତ ଧୋନି ବିଶ୍ବର ଜଣେ ଅନ୍ୟତମ ଶ୍ରେଷ୍ଠ ୱିକେଟ କିପର । ସେଥିପାଇଁ ଯେତେ ସମ୍ଭବ ଧୋନିଙ୍କ ଠାରୁ ଶିଖିବାକୁ ଚାହାଁନ୍ତି ବୋଲି ଆଲେକ୍ସ କେରୀ କହିଛନ୍ତି ।

ଭାରତ ବିପକ୍ଷରେ ଏହି ସିରିଜ ସଂଘର୍ଷପୂର୍ଣ୍ଣ ହେବ ବୋଲି ସ୍ବୀକାର କରିଛନ୍ତି 28 ବର୍ଷିୟ କେରୀ । ଭାରତୀୟ ଟିମରେ ଏକାଧିକ ବିଶ୍ବର ଶ୍ରେଷ୍ଠ କ୍ରିକେଟର ରହିଛନ୍ତି ଓ ଘରୋଇ ପରିବେଶରେ ଭାରତ ବେଶ ଶକ୍ତିଶାଳୀ । ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ଖେଳିବା ବଡ ଚ୍ୟାଲେଞ୍ଜ ହେବ ବୋଲି ମଧ୍ୟ କହିଛନ୍ତି ଅଷ୍ଟ୍ରେଲିଆ ୱିକେଟ କିପର ।

ABOUT THE AUTHOR

...view details