ହାଇଦ୍ରାବାଦ: ଓଡି଼ଶାର ଜଣେ ମହିଳା ଚାଷୀଙ୍କୁ ଟ୍ବିଟ କରି ବେଶ ପ୍ରଶଂସା କରିଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ । ମହିଳା ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ । ଛାୟାରାଣୀ ନିଜ ବଗିଚାରୁ ଉତ୍ପନ୍ନ ହେଉଥିବା ପରିବାକୁ ଆଖପାଖ 15ଟି ଗାଁର ଗରିବ ଲୋକଙ୍କୁ ବାଣ୍ଟୁଛନ୍ତି ପରିବା ।
ଓଡ଼ିଆ ମହିଳା ଚାଷୀଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା - bhadrak
ଲକଡାଉନ ସମୟରେ ଗରିବ ପରିବାରଙ୍କୁ ମାଗଣାରେ ପରିବା ଯୋଗାଉଥିବା ଭଦ୍ରକର ମହିଳା ଚାଷୀଙ୍କୁ ପ୍ରଶଂସା କଲେ ଭିଭିଏସ ଲକ୍ଷ୍ଣଣ । ଅଧିକ ପଢ଼ନ୍ତୁ...
![ଓଡ଼ିଆ ମହିଳା ଚାଷୀଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା vvs laxman praises odia lady farmer, distributing vegetable, free vegetable to the needy, Chhayarani Sahu, ଛାୟାରାଣୀ ସାହୁ, ଓଡ଼ିଆ ମହିଳା ଚାଷୀଙ୍କୁ ଭିଭିଏସ ଲକ୍ଷ୍ମଣଙ୍କ ପ୍ରଶଂସା, bhadrak](https://etvbharatimages.akamaized.net/etvbharat/prod-images/768-512-7033489-570-7033489-1588424359819.jpg)
ଲକ୍ଷ୍ମଣ ଶନିବାର ଏକ ଟ୍ବିଟ କରି ଲେଖିଛନ୍ତି ଯେ, ‘‘ଓଡ଼ିଶା ଭଦ୍ରକ ଜିଲ୍ଲାର ଛାୟାରାଣୀ ସାହୁ ଜଣେ ମହିଳା ଚାଷୀ । ସେ ଆଖପାଖ 15ଟି ଗାଁରେ ସ୍ବେଚ୍ଛାକୃତ ଭାବେ ନିଜ ବଗିଜାରୁ ଉତ୍ପାଦିତ ପରିବା ବିତରଣ କରୁଛନ୍ତି । ଏହି କଠିନ ସମୟରେ ଲୋକ ମାନେ ଅନେକ ଅସୁବିଧା ଭୋଗ କରୁଥିବା ବେଳେ, ଛାୟାରାଣୀଙ୍କ ପରି ମଣିଷଙ୍କୁ ମାନବିକତା ଓ ନିସ୍ବାର୍ଥପରତା ଦେଖାଉଥିବା ଦେଖି ଖୁବ ଆନନ୍ଦ ଅନୁଭବ ହୁଏ (Chhayarani Sahu, a farmer from Bhadrak district in Odisha, has been distributing her vegetable produce voluntarily to the residents of about 15 nearby villages. While there is a lot of suffering for people, it's so wonderful to see people showing their humanity and selflessness) ।
ନିଶ୍ଚିତ ଭାବରେ ଦେଶରେ ଏଭଳି କଠିନ ପରିସ୍ଥିତି ବେଳେ ଛାୟାରାଣୀଙ୍କ ଏହି କାର୍ଯ୍ୟ ପ୍ରଶଂସନୀୟ ।