ଓଡିଶା

odisha

By

Published : Aug 4, 2020, 6:56 PM IST

ETV Bharat / sports

ଆଇପିଏଲ 2020: ମୁଖ୍ୟ ପ୍ରାୟୋଜକ ପଦରୁ ହଟିଲା ଭିଭୋ, ଟ୍ରଫିରେ ଲାଗିବ ନୂଆ ଲୋଗୋ

ଆଇପିଏଲ ପରିଚାଳନା ପରିଷଦ ବୈଠକର 48 ଘଣ୍ଟା ପରେ ଏହି ବିତ୍ତଶାଳୀ ଲିଗର୍‌ ମୁଖ୍ୟ ପ୍ରାୟୋଜକ ଭିଭୋ( ଚାଇନିଜ୍‌ ମୋବାଇଲ କମ୍ପାନୀ)କୁ ହଟାଯାଇଛି । ତେବେ ଚଳିତ ବର୍ଷ ପାଇଁ ଆଇପିଏଲ ଟ୍ରଫିରେ ଲାଗିବ ନୂଆ ଲୋଗୋ ।

ଆଇପିଏଲ 2020: ମୁଖ୍ୟ ପ୍ରାୟୋଜକ ପଦରୁ ହଟିଲା ଭିଭୋ, ଟ୍ରଫିରେ ଲାଗିବ ନୂଆ ଲୋଗ
ଆଇପିଏଲ 2020: ମୁଖ୍ୟ ପ୍ରାୟୋଜକ ପଦରୁ ହଟିଲା ଭିଭୋ, ଟ୍ରଫିରେ ଲାଗିବ ନୂଆ ଲୋଗ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର 13ତମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଲାଗି ରହିଲାଣି ବାଦ ବିବାଦ । ଗତ ରବିବାର ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଲିଗ ଉପରେ ମୋହର ବାଜିବା କ୍ଷଣି ଆରମ୍ଭ ହୋଇଗଲା ବିବାଦ ।

ତେବେ ବୈଠକର 48 ଘଣ୍ଟା ପରେ ଏହି ବିତ୍ତଶାଳୀ ଲିଗର୍‌ ମୁଖ୍ୟ ପ୍ରାୟୋଜକ ଭିଭୋ( ଚାଇନିଜ୍‌ ମୋବାଇଲ କମ୍ପାନୀ)କୁ ହଟାଯାଇଛି । ତେବେ ଚଳିତ ବର୍ଷ ପାଇଁ ଆଇପିଏଲ ଟ୍ରଫିରେ ଲାଗିବ ନୂଆ ଲୋଗୋ । ଅନ୍ୟପଟେ ଆସନ୍ତା ବର୍ଷରୁ 2023 ପର୍ଯ୍ୟନ୍ତ ପୁଣିଥରେ ପ୍ରାୟୋଜକ ରହିବ ଭିଭୋ ।

ଆଇପିଏଲ 2020: ମୁଖ୍ୟ ପ୍ରାୟୋଜକ ପଦରୁ ହଟିଲା ଭିଭୋ, ଟ୍ରଫିରେ ଲାଗିବ ନୂଆ ଲୋଗ

କାରଣ ଭିଭୋର ଚୁକ୍ତିରେ ଆହୁରି 3 ବର୍ଷ ବାକି ଅଛି । ଯାହାକୁ 2021, 2022 ଏବଂ 2023ରେ ପୂରଣ କରାଯିବା ନେଇ ଯୋଜନା ରହିଛି । ଭିଭୋ ଆଇପିଏଲର ଟାଇଟଲ୍ ପ୍ରାୟୋଜକ ରହିଥିଲା । ଏହା 5 ବର୍ଷର ଚୁକ୍ତି ପାଇଁ ବିସିସିଆଇକୁ ବାର୍ଷିକ 440 କୋଟି ଟଙ୍କା ପ୍ରଦାନ କରୁଥିଲା । 2017 ରେ 2,199 କୋଟି ଟଙ୍କାରେ ଟେଣ୍ଡର ହାତେଇଥିଲା ଭିଭୋ । ତେବେ ଆସନ୍ତା 3 ଦିନ ମଧ୍ୟରେ ବିସିସିଆଇ ନୂତନ ପ୍ରାୟୋଜକ ପାଇଁ ଟେଣ୍ଡର ଡାକିବ ।

ତେବେ ଆଇପିଏଲ୍ ପରିଚାଳନା ପରିଷଦରେ ଭିଭୋକୁ ଟାଇଟଲ୍ ପ୍ରାୟୋଜକ ଭାବରେ ବଜାୟ ରଖିବାକୁ ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଯାଇଥିଲା ହଙ୍ଗାମା । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ଏବଂ ସ୍ବଦେଶୀ ଜାଗରଣ ମଞ୍ଚ (ଏସଏମଏମ) ଆଇପିଏଲକୁ ବୟକଟ୍‌ କରିବାକୁ ଚେତାବନୀ ଦେଇଥିଲେ । ଏଥି ସହିତ ଦେଶର ବିଭନ୍ନ ପ୍ରାନ୍ତରୁ ଭିଭୋ ଆଇପିଏଲକୁ ବୟକଟ କରିବା ନେଇ ଆନ୍ଦୋଳନ ତେଜିଥିଲା । ଶେଷରେ ବାଧ୍ୟ ହୋଇ ବିସିସିଆଇ ଏପରି ନିଷ୍ପତ୍ତି ନେଇଛି ।

ABOUT THE AUTHOR

...view details