ଓଡିଶା

odisha

ETV Bharat / sports

‘ରବି ଭାଇ କୋଚ ରହିଲେ ମୁଁ ଖୁସି ହେବି’ - ବିରାଟ

ବର୍ତ୍ତମାନ ଦଳର ମୁଖ୍ୟ କୋଚ ରୂପେ କାର୍ଯ୍ୟରତ ରବି ଶାସ୍ତ୍ରୀ ପ୍ରଶିକ୍ଷଣ ଜାରି ରଖିଲେ ବିରାଟ ଖୁସି ହେବେ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Jul 30, 2019, 3:49 AM IST

Updated : Jul 30, 2019, 1:01 PM IST

ମୁମ୍ବାଇ: ଶେଷରେ ସରିଛି ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍‌ ଗସ୍ତ ପୂର୍ବର ପ୍ରେସ କନଫରେନ୍ସ । ସୋମବାର ଗସ୍ତ ପୂର୍ବରୁ ମୁମ୍ବାଇ ଠାରେ ଆୟୋଜିତ ପ୍ରେସ କନଫରେନ୍ସରେ ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ରଖିଛନ୍ତି କ୍ୟାପଟେନ କୋହଲି । ତେବେ ନୂତନ କୋଚ ଚୟନ ନେଇ ମଧ୍ୟ ନିଜର ମତ ଦେଇଛନ୍ତି କୋହଲି । ବର୍ତ୍ତମାନ ଦଳର ମୁଖ୍ୟ କୋଚ ରୂପେ କାର୍ଯ୍ୟରତ ରବି ଶାସ୍ତ୍ରୀ ପ୍ରଶିକ୍ଷଣ ଜାରି ରଖିଲେ ବିରାଟ ଖୁସି ହେବେ ବୋଲି କହିଛନ୍ତି ।

ଦେଖନ୍ତୁ ଭିଡିଓ

ଉଲ୍ଲେକଥାଉ କି, ବିଶ୍ବକପରେ ଦଳର କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ମାତ୍ର ଆସନ୍ତା ଅଗଷ୍ଟ 3ରୁ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ସେମାନଙ୍କ କାର୍ଯ୍ୟକାଳକୁ 45ଦିନ ବୃଦ୍ଧି କରାଯାଇଛି ।

ତେବେ ସୋମବାରର ପ୍ରେସ କନଫରେନ୍ସରେ ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି କୋହଲି । ବିରାଟ୍ କହିଛନ୍ତି, ‘‘ଯଦି ରବି ଭାଇ ପୁଣିଥରେ କୋଚ୍ ହୁଅନ୍ତି, ତେବେ ମୁଁ ନିଶ୍ଚିତ ବହୁତ ବହୁତ ଖୁସି ହେବି । କ୍ରିକେଟ୍ ଆଡଭାଇଜରି କମିଟି (ସିଏସି) ସହ ଏହି ମାମଲାରେ ଏପର୍ଯ୍ୟନ୍ତ ମୋର ଯୋଗାଯୋଗ ହୋଇପାରିନାହିଁ । ରବି ଭାଇଙ୍କ ସହ ଆମର କେମେଷ୍ଟ୍ରୀ ବହୁତ ଭଲ ରହିଛି । ଯଦି ସେ ପୁଣିଥରେ କୋଚ୍ ହୁଅନ୍ତି, ତାହେଲେ ଆମେ ସମସ୍ତେ ବହୁତ ଖୁସି ହେବୁ । ତେବେ ଏସବୁ ନିଷ୍ପତ୍ତି ସିଏସି ନେବ । ଯଦି ସିଏସି ମୋ ମତାମତ ଚାହିଁବ, ତାହେଲେ ମୁଁ ମୋର ପ୍ରସ୍ତାବ ଦେବି’’ ।

ତେବେ ନୂତନ କୋଚିଂ ଷ୍ଟାଫ ପାଇଁ ଇତି ମଧ୍ୟରେ ବିସିସିଆଇ ଆବେଦନ ଗ୍ରହଣ କରୁଛି । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ଜୁଲାଇ 30 ରଖାଯାଇଛି । କୋଚିଂ ଷ୍ଟାଫ୍ ଚୟନ କରିବା ପାଇଁ ନୂଆ ସିଏସି ଗଠନ କରିଛି, ଯେଉଁଥିରେ କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବ, ଅଂଶୁମାନ ଗାଏକ୍ବାଡ୍ ଓ ଶାନ୍ତା ରଙ୍ଗାସ୍ବାମୀ ରହିଛନ୍ତି । ସମ୍ଭବତଃ ଅଗଷ୍ଟ 13 ବା 14 ତାରିଖରେ କୋଚ ଚୟନ ପାଇଁ ସାକ୍ଷାତକାର ହେବ ।

Last Updated : Jul 30, 2019, 1:01 PM IST

ABOUT THE AUTHOR

...view details