ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ 21 ଦିନ ପର୍ଯ୍ୟନ୍ତ ଦେଶରେ ଲକଡାଉନ ଲାଗୁ ହୋଇଛି । ତେବେ ତେବେ ସରକାରୀ ଗାଇଡଲାଇନକୁ କିଛି ଲୋକେ ଅମାନ୍ୟ କରୁଥିବା ଦେଖିବାକୁ ମିଳିଛି । ସଚେତନ ହେବାକୁ ସମସ୍ତେ ଅପିଲ କରୁଥିବା ସତ୍ତ୍ବେ କିଛିଜଣଙ୍କୁ ବାହାରେ ଦେଖିବାକୁ ମିଳୁଛି ।
ସେହ୍ବାଗଙ୍କ ଟ୍ବିଟରେ କୁନି କଳାକାରଙ୍କ କୋରୋନା ସଚେତନତା, ଦେଖନ୍ତୁ ଭିଡିଓ... - ବିରେନ୍ଦ୍ର ସେହ୍ବାଗ କୋରୋନା ସଚେତନତା
ଟିମ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ, କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଥିବା ଜଣେ କୁନି କଳାକାରଙ୍କ ଭିଡିଓ ଟ୍ବିଟ କରିଛନ୍ତି ।
![ସେହ୍ବାଗଙ୍କ ଟ୍ବିଟରେ କୁନି କଳାକାରଙ୍କ କୋରୋନା ସଚେତନତା, ଦେଖନ୍ତୁ ଭିଡିଓ... COVID-19 directives](https://etvbharatimages.akamaized.net/etvbharat/prod-images/768-512-6682098-180-6682098-1586167338857.jpg)
ସେହ୍ବାଗଙ୍କ ଟ୍ବିଟରେ କୁନି କଳାକାରଙ୍କ କୋରୋନା ସଚେତନତା, ଦେେଖନ୍ତୁ ଭିଡିଓ
ତେବେ ଜଣେ କୁନି କଳାକର କୋରୋନା ସଚେତନତା ବାର୍ତ୍ତା ବାଣ୍ଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ କୁନି ପୁଅଟି କୋରୋନା ଭାଇରସ ସଂକ୍ରମଣକୁ ଏଡାଇବା ପାଇଁ ବିଭିନ୍ନ ପ୍ରକାର ସଚେତନତା ପ୍ରଣାଳୀ ବିଷୟୟରେ କହିଛନ୍ତି । ଭିଡିଓଟିକୁ ଟିମ ଇଣ୍ଡିଆର ପୂର୍ବତନ ଓପନର ବିରେନ୍ଦ୍ର ସେହ୍ବାଗ ଟ୍ବିଟ କରି ସମସ୍ତଙ୍କୁ ସରକାରୀ ନିୟମ ମାନିବାକୁ ଅପିଲ କରିଛନ୍ତି ।