ଓଡିଶା

odisha

ETV Bharat / sports

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ ସେହୱାଗ - ସେହୱାଗଙ୍କ ସ୍ମୃତିରେ ବାଜି ରାଉତ

ଶିଶୁ ଦିବସରେ ବିରେନ୍ଦ୍ର ସେହୱାଗ ମନେ ପକାଇଛନ୍ତି ଶହୀଦ ବାଜି ରାଉତଙ୍କୁ । ସୋସିଆଲ ମିଡିଆରେ ସେୟାର କଲେ ଆବେଗ ଭରା ପୋଷ୍ଟ । ଅଧିକ ପଢ଼ନ୍ତୁ...

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ ସେହୱାଗ

By

Published : Nov 14, 2019, 11:04 PM IST

ହାଇଦ୍ରାବାଦ: ଗୁରୁବାର ସାରା ଭାରତ ପାଳନ କରିଛି ଶିଶୁ ଦିବସ । ତେବେ ଏହି ଦିନରେ ସାରା ଭାରତ ଜବାହାରଲାଲ ନେହରୁଙ୍କୁ ମନେ ପକାଉଥିବା ବେଳେ ଭାରତର ପୂର୍ବତନ ବ୍ୟାଟ୍ସ ମ୍ୟାନ ବିରେନ୍ଦ୍ର ସେହୱାଗ ମନେ ପକାଇଛନ୍ତି ଓଡି଼ଶା ମାଟିର ବୀର ପୁତ୍ର ବାଜି ରାଉତଙ୍କୁ । ପୂର୍ବ ବର୍ଷ ମାନଙ୍କରେ ମଧ୍ୟ ଶିଶୁ ଦିବସରେ ସେ ଶହୀଦ ବାଜିଙ୍କ ପାଇଁ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି ।

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ ସେହୱାଗ

ନିଜର ଇନଷ୍ଟାଗ୍ରାମ ଓ ଟ୍ବିଟରରେ ବାଜି ରାଉତଙ୍କ ଫଟୋ ସହ ତାଙ୍କ ବୀରତ୍ବର କାହାଣୀ ଲେଖିଛନ୍ତି ସେହୱାଗ । ଟ୍ବିଟର ପୋଷ୍ଟରେ ସେ ଲେଖିଛନ୍ତି, ‘‘ ଏମିତିରେ ସବୁଦିନ ଏପରି ଜଣେ ସାହାସୀ ବାଳକଙ୍କୁ ମନେ ପକାଇବା ଦରକାର, କିନ୍ତୁ ଶିଶୁଦିବସ ଉପଲେକ୍ଷେ ଟିକେ ଅଧିକ । ଦେଶର ସ୍ବାଧୀନତା ସଂଗ୍ରାମର ସର୍ବ କନିଷ୍ଠ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ବାଜି ଅମର ରହନ୍ତୁ ।’’

ଶିଶୁ ଦିବସରେ ଶହୀଦ ବାଜି ରାଉତଙ୍କୁ ମନେ ପକାଇଲେ ସେହୱାଗ

ସେହିପରି ଇନଷ୍ଟାଗ୍ରାମରେ ମଧ୍ୟ ସେହୱାଗ ବାଜିଙ୍କୁ ମନେ ପକାଇବା ସହ, ତାଙ୍କ ବୀରତ୍ବର କହାଣୀକୁ ଖୁବ ଆବେଗତାର ସହ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details