ଓଡିଶା

odisha

ETV Bharat / sports

ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବେ କୋହଲି

ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବେ ବିରାଟ କୋହଲି। ବିରାଟ କୋହଲି ଫାଉଣ୍ଡେସନ ଦ୍ବାରା ଏଭଳି ଏକ ନିଆରା ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି ରନ ମେସିନ ବିରାଟ କୋହଲି। ଅଧିକ ପଢ଼ନ୍ତୁ...

By

Published : Apr 4, 2021, 4:39 PM IST

ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବେ କୋହଲି
ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବେ କୋହଲି

ନୂଆଦିଲ୍ଲୀ:ବିରାଟ କୋହଲିଙ୍କ ବିରାଟ ହୃଦୟ। ବୁଲା ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିବେ ବିରାଟ କୋହଲି। ବିରାଟ କୋହଲି ଫାଉଣ୍ଡେସନ ଦ୍ବାରା ଏଭଳି ଏକ ନିଆରା ସାମାଜିକ କାର୍ଯ୍ୟ ହାତକୁ ନେଇଛନ୍ତି ରନ ମେସିନ ବିରାଟ କୋହଲି। ବିରାଟ କୋହଲିଙ୍କ ଏହି ଅଭିଯାନରେ ଦୁଇଟି ଏନଜିଓ ମଧ୍ୟ ସହଯୋଗ କରିବେ।

ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇ ସହରରେ ଦୁଇଟି ପଶୁ ଆଶ୍ରୟସ୍ଥଳୀ ଖୋଲିବାକୁ ଯୋଜନା କରିଛନ୍ତି ବିରାଟ। ମୁମ୍ବାଇର ମଲାଡ ଓ ବୋଇସାରରେ ଏହି ଦୁଇଟି ଆଶ୍ରୟସ୍ଥଳୀ ଖୋଲାଯିବ। 'ଆୱାଜ' ନାମକ ଏକ ବେସରକାରୀ ସଂସ୍ଥାର ସହଯୋଗରେ ମଲାଡରେ ବୁଲା ପଶୁଙ୍କ ପାଇଁ ଅସ୍ଥାୟୀ ପୁନର୍ବାସ କେନ୍ଦ୍ର ଖୋଲାଯିବ। ଆଘାତ ପ୍ରାପ୍ତ ହୋଇଥିବା ବୁଲା କୁକୁର ବା ବିଲେଇଙ୍କୁ ଏଠାକୁ ଅଣାଯିବ। ସେଠାରେ ଚିକିତ୍ସା ପରେ ସେମାନଙ୍କୁ ଛାଡ଼଼ି ଦିଆଯିବ।

ବୋଇସାରରେ ହେବାକୁ ଥିବା ସ୍ଥାୟୀ ପଶୁ ଆଶ୍ରୟସ୍ଥଳୀରେ ଭିନ୍ନକ୍ଷମ ପଶୁମାନଙ୍କୁ ଆଣି ରଖାଯିବ। ଖାଲି ସେତିକି ନୁହେଁ ବୁଲା କୁକୁର, ବିଲେଇ ମାନଙ୍କ ଏକ ଆମ୍ବୁଲାନ୍ସର ମଧ୍ୟ ବ୍ୟବସ୍ଥା କରିବ ବିରାଟ କୋହଲି ଫାଉଣ୍ଡେସନ। ପ୍ରଥମ ଥର ପାଇଁ ବିରାଟ କୋହଲି ଫାଉଣ୍ଡେସନ ପଶୁମାନଙ୍କ ପାଇଁ ଏଭଳି କିଛି ପଦକ୍ଷେପ ନେବାକୁ ଯାଉଛି। ଏହାପୂର୍ବରୁ ବିରାଟ କୋହିଲଙ୍କ ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ ବୁଲା ପଶୁଙ୍କ ପାଇଁ ସାମାଜିକ କାର୍ଯ୍ୟ କରି ଆସୁଛନ୍ତି। ତାଙ୍କା ଦ୍ବାରା ଅନୁପ୍ରାଣିତ ହୋଇ ଏଭଳି କାର୍ଯ୍ୟ ହାତକୁ ନେଇଛନ୍ତି ବୋଲି କହିଛନ୍ତି ବିରାଟ କୋହଲି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details