ଦୁବାଇ: ଆରସିବି ଅଧିନାୟକ ବିରାଟ କୋହଲି ସୋମବାର ଅନଲାଇନ ଟିମ ମିଟିଙ୍ଗ କରିଛନ୍ତି । ବୈଠକରେ ସମସ୍ତଙ୍କୁ ଜୈବ ସୁରକ୍ଷା ବଳୟର ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଦଳକୁ ଚେତାବନୀ ଦେଇଛନ୍ତି, ଗୋଟିଏ ଭୁଲ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଖରାପ କରିଦେବ, ଆମେମାନେ କେହିବି ଚାହିଁବାନି ଏପରି ହେଉ ।
'ଗୋଟିଏ ଭୁଲ ସମ୍ପୂର୍ଣ୍ଣ ଖେଳକୁ ଖରାପ କରିଦେବ' - ମାଇକ ହେସନ
ବୈଠକରେ ସମସ୍ତଙ୍କୁ ଜୈବ ସୁରକ୍ଷା ବଳୟର ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ଆରସିବି ଅଧିନାୟକ ବିରାଟ କୋହଲି । ଏଥିସହ ଦଳକୁ ଚେତାବନୀ ଦେଇଛନ୍ତି, ଗୋଟିଏ ଭୁଲ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ଖରାପ କରିଦେବ, ଆମେମାନେ କେହିବି ଚାହିଁବାନି ଏପରି ହେଉ ।
ଦୁବାଇ
ତେବେ ଅନଲାଇନ ବୈଠକରେ ଟିମ ମେମ୍ବରଙ୍କ ସହ ଟିମର ଡାୟରେକ୍ଟର ମାଇକ ହେସନ, ହେଡ କୋଚ ସାଇମନ କଟିଚ ମଧ୍ୟ ଉପସ୍ଥିତ ଥିଲେ । କୋଚ କହିଛନ୍ତି ଯେ, ଯଦି କେହି ବି ଭୁଲରେ ପ୍ରୋଟୋକଲ ଭାଙ୍ଗୁଛ ତାଙ୍କୁ 7ଦିନ ଯାଏଁ ସଙ୍ଗରୋଧରେ ରହିବାକୁ ପଡିବ ଓ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ଦଳରେ ସାମିଲ ହୋଇପାରିବ ।
ଆହୁରି ମଧ୍ୟ ବିରାଟ ବୈଠକରେ କହିଛନ୍ତି, ୟୁଏଇ ଅଧିକାରୀଙ୍କ ଦ୍ବାରା ବନାଯାଇଥିବା ନିୟମକୁ ଆମେ ସମସ୍ତେ ଅବଲମ୍ବନ କରିବା । ଆଶାକରୁଛି ପ୍ରୋଟୋକଲକୁ ସମ୍ପୂର୍ଣ୍ଣ ଭାବେ ସମସ୍ତ ଫଲୋ କରିବେ । ସୁରକ୍ଷା ସମସ୍ତଙ୍କର ପ୍ରାଥମିକତା ହେବ ।