ଓଡିଶା

odisha

ETV Bharat / sports

ରୋହିତ ବନାମ କୋହଲି: ଏମିତି କହିଲେ ବିରାଟ - ରୋହିତଙ୍କ ସହ କୌଣସି ମତଭେଦ ନାହିଁ

ରୋହିତଙ୍କ ସହ ମତଭେଦକୁ ଖଣ୍ଡନ କରିଛନ୍ତି କୋହଲି । ଏନେଇ ସେ କହିଛନ୍ତି ଯେ, ଏଭଳି ମିଥ୍ୟା ଖବର ଯେଉଁମାନେ ପ୍ରଚାର କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ ଭଲ ହୋଇନଥିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 30, 2019, 10:31 AM IST

Updated : Jul 30, 2019, 1:32 PM IST

ନୂଆଦିଲ୍ଲୀ: 'ଯଦି କୌଣସି ଲୋକ ମୋତେ ପସନ୍ଦ ଲାଗନ୍ତିନି ତେବେ ଏହା ମୋର ମୁହଁରୁ ଜଣାପଡେ । ଏହା ସହିତ ମୋ ବ୍ୟବହାରରେ ଏହା ପ୍ରତିଫଳିତ ହୁଏ' ଏ ହେଉଛି ଟିମ ଇଣ୍ଡିଆର କ୍ୟାପଟେନ ବିରାଟ କୋହଳିଙ୍କ ପ୍ରତିକ୍ରିୟା। ଉପ-ଅଧିନାୟକ ରୋହିତ ଶର୍ମାଙ୍କ ସହ ମତଭେଦକୁ ଖଣ୍ଡନ କରିବା ସହ ଉତ୍ତରରେ ଏହା କହିଛନ୍ତି ବିରାଟ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ ବିରାଟ ସାମ୍ବାଦିକ ସମ୍ମିଳନୀ କରିଥିଲେ । ରୋହିତଙ୍କ ସହ କୌଣସି ମତଭେଦ ନାହିଁ । ଉଭୟ 10 ବର୍ଷରୁ ଅଧିକ ସମୟ ଧରି ଭାରତ ପାଇଁ କ୍ରିକେଟ ଖେଳିଆସୁଛନ୍ତି । ରୋହିତ ଟିମ ଇଣ୍ଡିଆ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ, କ୍ୟାପଟେନ ହିସାବରେ ସେ ଭଲଭାବେ ଜାଣନ୍ତି । ମତଭେଦକୁ ନେଇ ପ୍ରଚାର କରାଯାଉଥିବା ଖବର ସଂପୂର୍ଣ୍ଣ ମଥ୍ୟା । ଗତ କିଛି ବର୍ଷ ଧରି ଟିମ ଇଣ୍ଡିଆର ପ୍ରଦର୍ଶନ ବିଶ୍ବସ୍ତରୀୟ ରହିଛି । ଟେଷ୍ଟରେ ଆଇସିସି ମାନ୍ୟତାର 1ନଂ ଟିମ ଭାରତ । ଦିନିକିଆରେ ମାନ୍ୟତାର 2ନଂ ଦଳ ହେଉଛି ଭାରତ । ଟି-20ରେ ମଧ୍ୟ ଦଳର ପ୍ରଦର୍ଶନ ଭଲ ରହିଛି ବୋଲି କୋହଲି ସ୍ପଷ୍ଟ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଡ୍ରେସିଂଙ୍ଗ ରୁମରେ ଯଦି ମାହୋଲ ଭଲ ନଥାନ୍ତା ଟିମକୁ ଏପରି ସଫଳତା ମିଳିବା କଷ୍ଟକର ହୋଇଥାନ୍ତା । ତେଣୁ ଯେଉଁମାନେ ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ ଭଲ ହୋଇନଥିବ । ବ୍ୟକ୍ତିଗତ ସ୍ତରକୁ ଯାଇ ଭୁଲ ତଥ୍ୟ ପ୍ରଚାର କରିବା ନିହାତି ଖରାପ କଥା ।

ଭିଡିଓ ସୌଜନ୍ୟ: ଟ୍ବିଟର@bcci

ତେବେ ବିରାଟ ଏହି ପ୍ରଶ୍ନର ଉତ୍ତର ଦେବାସମୟରେ କୋଚ ଶାସ୍ତ୍ରୀ କହିଥିଲେ । କୌଣସି ଖେଳାଳି ଗୁରୁତ୍ବପୂର୍ଣ୍ଣ ନୁହଁନ୍ତି, ନା କୋଚ , କ୍ୟାପଟେନ ନା କୌଣସି ଖେଳାଳି । ତେଣୁ ନିଆଁ ନଥିଲେ ଧୁଆଁ ବାହାରେନି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ କିଏ ପରବର୍ତ୍ତୀ କୋଚ ହେବ ପ୍ରଶ୍ନର ଉତ୍ତରରେ କୋହଲି ରବି ଶାସ୍ତ୍ରୀଙ୍କୁ ସମର୍ଥନ କରିଥିଲେ ।

Last Updated : Jul 30, 2019, 1:32 PM IST

ABOUT THE AUTHOR

...view details