ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କ ବିରୁଦ୍ଧରେ ଦୈତସ୍ବାର୍ଥ ଅଭିଯୋଗ । ଏନେଇ ବିସିସିଆଇ ଲୋକପାଳ ଡିକେ ଜେନଙ୍କୁ ଇମେଲ ଯୋଗେଁ ଜଣାଇଛନ୍ତି ସଞ୍ଜୀବ ଗୁପ୍ତା ।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମ୍ବିଧାନ ସଂଶୋଧନ ସମୟରେ ଲୋଧା କମିଟିର ସୁପାରିଶକୁ ସୁପ୍ରିମକୋର୍ଟରୁ ଅନୁମୋଦନ ମିଳିଥିଲା । କ୍ରିକେଟ ପ୍ରଶାସନିକ ସ୍ତରରେ ସ୍ବଚ୍ଛତା ପାଇଁ ଦୈତସ୍ବାର୍ଥ ମାମଲାକୁ ପ୍ରଶୟ ଦେବା ଉଚିତ ନୁହେଁ ବୋଲି ଦର୍ଶାଯାଇଥିଲା । ପୂର୍ବରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏକାଧିକ ପଦରେ ଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନର କ୍ୟାପଟେନ ବିରାଟ କୋହଲିଙ୍କ ନାମରେ ମଧ୍ୟ ସମାନ ପ୍ରକାର ଅଭିଯୋଗ ଆସିଛି ।
କୋହଲି ନିଜ ବିଜନେସ କାରବାରରେ ଜଡିତ ଥିବା ଏକାଧିକ ପଦ ଲୋଧା କମିଟିର ଉଂଲଘନ କରୁଥିବା ଗୁପ୍ତା କହିଛନ୍ତି । ନୂତନ ବିସିସିଆଇ ସମ୍ବିଧାନ ପଞ୍ଜିକରଣ ସମୟରେ ଲୋଧା ପ୍ୟାନେଲର ସମସ୍ତ ସୁପାରିଶକୁ ଲାଗୁ କରାଯିବ ବୋଲି ସୁପ୍ରିମକୋର୍ଟର ଅନୁମତି ମିଳିଥିଲା ।
ଅଭିଯୋଗ ଅନୁଯାୟୀ "ବିରାଟ କୋହଲି ଗୋଟିଏ ସମୟରେ ଦୁଇଟି ପଦରେ ରହିଛନ୍ତି । ଯାହା ସୁପ୍ରିମକୋର୍ଟ ଅନୁମୋଦିତ ବିସିସିଆ ସମ୍ବିଧାନର ଧାରା 38(4)ର ଉଲଂଘନ କରୁଛି । ଗୋଟିଏ ସମୟରେ ଗୋଟିଏ ପଦରେ ସେ ରହିପାରିବେ । ଦୁଇଟି ପଦ ଧାରା A-38(4)a - ଖେଳାଳି । B- 38(4)(0)- ସାମୟିକ ପଦବୀ , ବିସିସିଆଇର ଧାରା 38(1)(iii) ଅନ୍ତର୍ଭୁକ୍ତ ରହିଛି ।"