ହାଇଦ୍ରାବାଦ: 31 ବର୍ଷରେ ପାଦ ଥାପିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ବିଶ୍ବ କ୍ରିକେଟର ଅନ୍ୟତମ ସଫଳ କ୍ରିକେଟର ମଧ୍ୟରେ ଗଣାଯାଆନ୍ତି କୋହଲି । ଭାରତୀୟ କ୍ରିକେଟ ଇତିହାସରେ ସବୁସମୟର ନିର୍ଭରଯୋଗ୍ୟ କ୍ରିକେଟର । ଦକ୍ଷ ଫିଲ୍ଡର, ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ଆକ୍ରମଣାତ୍ମକ କ୍ୟାପଟେନ । ଅନେକ ମହାନ କ୍ରିକେଟରଙ୍କ କିର୍ତ୍ତୀମାନକୁ ଅତିକ୍ରମ କରି ନିଜ ନାମରେ ଲେଖିଛନ୍ତି ବିରାଟ । ତେବେ ଆପଣ ଜାଣନ୍ତି, ଏହି କିମ୍ବଦନ୍ତୀ କ୍ରିକେଟର ମାନେ ବିରାଟଙ୍କ ବିଷୟରେ କଣ କହୁନ୍ତି......
ବିରାଟ@31: ଜନ୍ମଦିନରେ କୋହଲିଙ୍କ ବିଷୟରେ 10ଟି କଥା - ହାପି ବର୍ଥ ଡେ ବିରାଟ କୋହଲି
ଜନ୍ମଦିନରେ ବିରାଟଙ୍କ ବିଷୟରେ କିମ୍ବଦନ୍ତୀ କ୍ରିକେଟର କହିଥିବା କଥାକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।
ଜନ୍ମଦିନରେ କୋହଲିଙ୍କ ବିଷୟରେ 10ଟି କଥା
ଜନ୍ମଦିନ ଅବସରରେ ବିରାଟ ବିଷୟରେ କିମ୍ବଦନ୍ତୀ କ୍ରିକେଟର କହିଥିବା କଥାକୁ ନେଇ ଆମର ଏହି ସ୍ପେସାଲ ରିପୋର୍ଟ।
- ସଚିନ ଏକ ଭାବନା ଥିଲା, କିନ୍ତୁ କୋହିଲ ଏହାର ବାସ୍ତବତା: ସଚିନ ତେନ୍ଦୁଲକର
- କୋହିଲଙ୍କ ପ୍ରଦର୍ଶନ ଦିନକୁ ଦିନ ଚମତ୍କାର ହେଉଛି । ଆମେ ଯାହା ଭାବୁଥିଲୁ କୋହିଲ ତାହା ବାସ୍ତବରେ କରି ଦେଖାଉଛନ୍ତି: ରାହୁଲ ଡ୍ରାଭିଡ
- ଯଦି ତମ କୋହିଲଙ୍କୁ ଆଉଟ କରି ପାରୁନାହଁ, କିଛି ଲାଭ ନାହିଁ ସ୍କୋର ବୋର୍ଡରେ ତୁମେ କେତେ ରନ ଯୋଡିଛ: କେନ ଉଇଲିୟମସନ
- ଭଲ ଖେଳାଳି ହେବା ପାଇଁ ତୁମକୁ ପ୍ରତିଭା ଆବଶ୍ୟକ, କିନ୍ତୁ ମହାନ ଖେଳାଳି ହେବା ପାଇଁ ତୁମକୁ କୋହଲିଙ୍କ ପରି ଆକ୍ରମଣାତ୍ମକ ହେବା ଆବଶ୍ୟକ: ସୁନୀଲ ଗାଭାସ୍କର
- ମୋତେ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଭଲ ଲାଗେ, କାରଣ ତାଙ୍କ ବ୍ୟାଟିଂ ମୋତେ ମୋ ଖେଳ କଥା ମନେପରକାଇ ଦିଏ: ସାର ଭିଭିଆନ ରିଚାର୍ଡ୍ସ
- ତୁମେ ତାଙ୍କ ସ୍ଲିପ ଅଞ୍ଚଳରେ ରନ କରିପାର, ବିନା ବ୍ୟାଟରେ କୋହଲି ରନ କରିପାରିବେ: ହର୍ସ ଭୋଗଲେ
- ତୁମକୁ ଇନଫର୍ମ ଖେଳାଳି ମ୍ୟାଚ ଜିତାଇ ପାରିବେ, କିନ୍ତୁ କୋହଲି ପ୍ରତିଥର ତୁମକୁ ମ୍ୟାଚ ଜିତାଇ ପାରିବେ: ଯୁବରାଜ ସିଂ
Last Updated : Nov 5, 2019, 11:58 PM IST