ଓଡିଶା

odisha

ETV Bharat / sports

କୋହଲିଙ୍କ ଡାନ୍ସ ରାଜ୍‌ ପର୍ଦ୍ଦାଫାଶ କଲା ଚହଲ ଟିଭି

ପ୍ରଥମ ଦିନିକିଆ ମ୍ୟାଚରେ କାରବିୟାନ ଦଳର ଓପନର କ୍ରିସ୍‌ ଗେଲଙ୍କ ସହ ପଡିଆ ମଝିରେ ନାଚୁଥିବାର ନଜର ଆସିଥିଲେ କୋହଲି । ତେବେ ଏହି ନାଚ ପଛର କାହାଣୀ ଚହଲ ଟିଭିରେ ବୟାନ କରିଛନ୍ତି ଅଧିନାୟକ କୋହଲି ।

By

Published : Aug 12, 2019, 4:12 PM IST

ଡିଜାଇନ ଫଟୋ

ତ୍ରିନିଦାଦ: ଆରିସିବି (ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର)ର ପାର୍ଟନର ତଥା କାରବିୟାନ ଦଳର ଓପନର କ୍ରିସ୍‌ ଗେଲଙ୍କ ସହ ପଡିଆ ମଝିରେ ନାଚୁଥିବାର ନଜର ଆସିଥିଲେ କୋହଲି । ତେବେ ଏହି ନାଚ ପଛର କାରଣ ଚହଲ ଟିଭିରେ ବୟାନ କରିଛନ୍ତି ଅଧିନାୟକ କୋହଲି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@BCCI

କୋହଲି କହିଛନ୍ତି ଯେ, ଭଗବାନ ଏତେ ଭଲ ଜୀବନ ଦେଉଛନ୍ତି । ଦେଶ ପାଇଁ ଖେଳିବାର ସୁଯୋଗ ଦେଇଛନ୍ତି ଭଗବାନ । ଏଥିପାଇଁ ଜରୁରୀ ସବୁ ମୂହୁର୍ତ୍ତକୁ ଉପଭୋଗ କରିବା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@BCCI

ଏଥିସହ ଚହଲ ଟିଭିରେ 2ୟ ଦିନିକିଆରେ ନିଜର ଶତକ ପାଳି ସମ୍ବନ୍ଧରେ ମଧ୍ୟ କହିଛନ୍ତି । ସେ କହିଛନ୍ତି ଯେ 60-65ରନ ପରେ ଥକି ଯାଇଥିଲି । କିନ୍ତୁ ଦଳ ପାଇଁ ଖେଳିବାକୁ ପଡିଥିଲା ।

ସୂଚନାଥାଉକି, ଗତ ଗୁରୁବାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚର ଆରମ୍ଭରୁ ବର୍ଷା ହୋଇଥିଲା । ପରେ ବର୍ଷା କମିବାରୁ ଖେଳ ଆରମ୍ଭ ହୋଇଥିଲା । ମାତ୍ର ପୁଣିଥରେ ବର୍ଷା ହେବାରୁ ଖେଳକୁ ବନ୍ଦ କରି ଦିଆଯାଇଥିଲା । ତେବେ ବର୍ଷା ପରେ ଖେଳ ଆରମ୍ଭ ହେବା ବେଳେ ଗେଲଙ୍କ ସହ ତାଳ ମିଶାଇ ଇଣ୍ଡିଜ୍‌ ଡିଜେ ଗୀତର ତାଳେ ତାଳେ ନାଚିଥିଲେ କୋହଲି । ତାଙ୍କ ସହ ସାଥ ଦେଇଥିଲେ ଦଳର ଅଲରାଉଣ୍ଡର କେଦାର ଯାଦବ ।

ତେବେ ବିସିସିଆଇର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହାର କିଛି ଫଟୋ ପୋଷ୍ଟ ହୋଇଥିଲା।

ABOUT THE AUTHOR

...view details