କୋଲକାତା: କ୍ୟାପଟେନ ରିକି ପଣ୍ଟିଂଙ୍କୁ ଟପିଲେ କ୍ୟାପଟେନ କୋହଲି । ଭେଟେରାନ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଣ୍ଟିଂକୁ ପଛରେ ପକାଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । କୋଲକାତା ଦିବାରାତ୍ର ଟେଷ୍ଟରେ ଭାରତୀର ପ୍ରଥମ ଇଂନିସରେ ବ୍ୟାଟିଂ ହିରୋ ରହିଛନ୍ତି କୋହଲି । ନିଜ କ୍ୟାରିୟରର 70ତମ ଅନ୍ତଜାର୍ତୀୟ ଶତକ ମଧ୍ୟ ହାସଲ କରିଛନ୍ତି କୋହଲି ।
ପଛରେ ପଡିଲେ ପଣ୍ଟିଂ, ଦ୍ରୁତ 5ହଜାର କ୍ଳବରେ କୋହଲି - କ୍ୟାପଟେନ କୋହଲି ଦ୍ରୁତତମ 5000 ରନ
ଭେଟେରାନ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଣ୍ଟିଂକୁ ପଛରେ ପକାଇ, ରନ ମେସିନ ବିରାଟ କୋହଲି କ୍ୟାପଟେନ ଭାବେ 5000 ରନ ପୂରଣ କରିବାରେ ଦ୍ରୁତତମ ଖେଳାଳି ହୋଇଛନ୍ତି ।
![ପଛରେ ପଡିଲେ ପଣ୍ଟିଂ, ଦ୍ରୁତ 5ହଜାର କ୍ଳବରେ କୋହଲି](https://etvbharatimages.akamaized.net/etvbharat/prod-images/768-512-5154845-thumbnail-3x2-wc.jpeg)
ପଏଣ୍ଟିଂ-କୋହଲି
ତେବେ କ୍ୟାପଟେନ ଭାବେ 5000 ରନ ପୂରଣ କରିବାରେ ରନ ମେସିନ କୋହଲି ଦ୍ରୁତତମ ଖେଳାଳି ହୋଇଛନ୍ତି । ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାରେ ପଣ୍ଟିଂଙ୍କୁ ଟପିଯାଇଛନ୍ତି କୋହଲି । କ୍ୟାପଟେନ ଭାବେ 5000 ରନ ପୂରଣ କରିବାରେ ପଏଣ୍ଟିଂ 97 ଇନିଂସ ନେଇଥିଲେ । ମାତ୍ର କୋହଲି 86ଟି ଇଂନିସରୁ ଏହି ସଫଳତା ହାସଲ କରି ରେକର୍ଡ କରିଛନ୍ତି ।