ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ବିପକ୍ଷ 2ୟ ଦିନିକିଆକୁ 59 ରନରେ ଜିତିନେଇଛି ଭାରତ । ଏହି ମ୍ୟାଚରେ କ୍ୟାପଟେନ ବିରାଟ କୋହଲି ଦିନିକିଆ କ୍ୟାରିୟରର 42 ତମ ଶତକ ହାସଲ କରିଛନ୍ତି । 125 ବଲରୁ 120 ରନର ଜବରଦସ୍ତ ପାଳି ଖେଳିଛନ୍ତି କୋହଲି ।
ଗାଙ୍ଗୁଲିଙ୍କୁ ଟପିଲେ କୋହଲି, ବନିଲେ ଦିନିକିଆରେ ଭାରତର 2ୟ ସର୍ବାଧିକ ରନ ସ୍କୋରର - 125 ବଲରୁ 120 ରନ
ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ଟପିଯାଇଛନ୍ତି ବିରାଟ । ଦିନିକିଆରେ ଗାଙ୍ଗୁଲିଙ୍କ 11,363 ରନକୁ ଅତିକ୍ରମ କରି କୋହଲି ଦିନିକିଆରେ ଭାରତର 2ୟ ସର୍ବାଧିକ ରନ ହାସଲକାରୀ ।
ତେବେ ଏହି ଶତକ ସହ ବିରାଟ ଏକାଧିକ ରେକର୍ଡର ଅଧିକାରୀ ହୋଇଛନ୍ତି । ବିରାଟ ଭାରତ ପକ୍ଷରୁ 2ୟ ସର୍ବାଧିକ ରନ ସ୍କୋରର ହୋଇଛନ୍ତି । ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କୁ ଟପିଯାଇଛନ୍ତି ବିରାଟ । 30 ବର୍ଷିୟ ବିରାଟ କେବଳ ସଚିନଙ୍କ ପଛରେ ରହିଛନ୍ତି । ସଚିନଙ୍କ ନାମରେ ଅନ୍ତଜାର୍ତିୟ ଦିନିକିଆରେ 18,426 ରନ ରହିଛି । ଗାଙ୍ଗୁଲିଙ୍କ ନାମରେ ରହିଥିଲା 11,363 ରନ । ତେବେ ଗାଙ୍ଗୁଲି 311 ମ୍ୟାଚରୁ ଏହାକୁ ହାସଲ କରିଥିଲେ । ମାତ୍ର କୋହଲି 238ତମ ମ୍ୟାଚରେ ହିଁ ଏହି ରନକୁ ଅତିକ୍ରମ କରିଛନ୍ତି ।
ତେବେ ଏହି ମାଇଲଷ୍ଟୋନ ପରେ ସୌରଭ ଗାଙ୍ଗୁଲି ଟ୍ବିଟ କରି ବିରାଟଙ୍କୁ ପ୍ରଶଂସା କରିଛନ୍ତି । ଏଥିସହିତ ଗାଙ୍ଗୁଲି 'ଆଉ ଏକ ମାଷ୍ଟର କ୍ଳାସ' କହିଛନ୍ତି ବୋଲି କହିଛନ୍ତି ।