ଓଡିଶା

odisha

ETV Bharat / sports

ଫ୍ୟାନ୍ସଙ୍କ ପାଇଁ ଟ୍ରେନିଂ ସମୟର ଭିଡିଓ ସେୟାର କଲେ କୋହଲି - Virat kohli shares video of exercise

କୋହଲି ଟ୍ରେନିଂ ସମୟର ଏକ 26 ସେକେଣ୍ଡର ଭିଡିଓ ନିଜ ଫ୍ୟାନ୍ସଙ୍କ ପାଇଁ ଟ୍ବିଟର ପେଜରେ ସେୟାର କରିଛନ୍ତି ।

Virat kohli shares video of exercise he would 'love' to do every day
ଫ୍ୟାନ୍ସଙ୍କ ପାଇଁ ଟ୍ରେନିଂ ସମୟର ଭିଡିଓ ସେୟାର କଲେ କୋହଲି

By

Published : Jul 4, 2020, 4:56 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି, ନିଜର ଫିଟନେସ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସମୟରେ କ୍ରିକେଟରଙ୍କ ମଧ୍ୟରେ କୋହଲି ଫିଟନେସର ସ୍ତରକୁ ଅନେକ ଉପରକୁ ନେଇଛନ୍ତି ।

ନିକଟରେ କୋହଲି ଟ୍ରେନିଂ ସମୟର ଏକ 26 ସେକେଣ୍ଡର ଭିଡିଓ ନିଜ ଫ୍ୟାନ୍ସଙ୍କ ପାଇଁ ଟ୍ବିଟର ପେଜରେ ସେୟାର କରିଛନ୍ତି । ଏଥିସହିତ ସବୁଦିନ 'ପାୱାର ସ୍ନାଚ' ଅଭ୍ୟାସ କରିବାକୁ ପସନ୍ଦ କରନ୍ତି ବୋଲି କହିଛନ୍ତି । 31 ବର୍ଷୀୟ କୋହଲି ପୋଷ୍ଟ କରିଥିବା ଭିଡିଓରେ, ନିଜ ପସନ୍ଦର ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି ।

ଟିମ ଇଣ୍ଡିଆ ଗତ ମାର୍ଚ୍ଚରୁ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହିଁ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ସିରିଜ କୋରୋନା ଭାଇରସ ସଂକ୍ରମଣ ଭୟ ପାଇଁ ଅଧାରୁ ବାତିଲ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details