ଓଡିଶା

odisha

ବକ୍ସିଂ ଡେ ଟେଷ୍ଟରେ ଭାରତର ବିଜୟ: ବିରାଟ-ସଚିନଙ୍କ ଶୁଭେଚ୍ଛା

By

Published : Dec 29, 2020, 9:06 PM IST

ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଦ୍ବିତୀୟ ଟେଷ୍ଟକୁ 8 ୱିକେଟରେ ଜିତି ନେଇଛି ଭାରତ । ଅଧିକ ପଢନ୍ତୁ...

Virat Kohli, Sachin Tendulkar Congratulate India Win in Boxing Day test
ଭାରତର ବକ୍ସିଂ ଡେ ଟେଷ୍ଟ ବିଜୟରେ ବିରାଟ, ସଚିନଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ:ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ସମେତ ଭାରତୀୟ କ୍ରିକେଟ ଜଗତରୁ ଅନେକଜଣ ଆଡିଲେଡ ପରାଜୟ ପରେ ବି ମେଲବୋର୍ଣ୍ଣ ଟେଷ୍ଟ ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜକୁ ଫେରିଥିବା ଭାରତୀୟ ଟିମକୁ ପ୍ରଂଶସା କରିଛନ୍ତି ।

ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ବରେ 4 ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ସିରିଜର ଦ୍ବିତୀୟ ଟେଷ୍ଟକୁ 8 ୱିକେଟରେ ଜିତିନେଇଛି ଭାରତ । ଫଳରେ 1-1ରେ ସିରିଜ ବରାବର ହୋଇଛି । ରାହାଣେ ପ୍ରଥମ ଇଂନିସରେ 112 ରନର ଶତକୀୟ ପାଳି ଖେଳିଥିଲେ ।

ବିଜୟ ପରେ ତେନ୍ଦୁଲକର ଟ୍ବିଟରେ ଲେଖିଛନ୍ତି, "ବିରାଟ, ରୋହିତ, ଇଶାନ୍ତ ଓ ସାମିଙ୍କ ବିନା ଟେଷ୍ଟ ଜିତିବା ବଡ ଉପଲବ୍ଧି । ଟିମ ଇଣ୍ଡିଆ ପ୍ରଥମ ମ୍ୟାଚର ପରାଜୟକୁ ଭୁଲି ଯେପରି ଜୋସର ସହ ଖେଳିଛି, ବାସ୍ତବରେ ପ୍ରଶଂସାଯୋଗ୍ୟ । ଜବରଦସ୍ତ ବିଜୟ, ଜବରଦସ୍ତ ପ୍ରଦର୍ଶନ ଟିମ ଇଣ୍ଡିଆ ।"

ପ୍ରଥମ ଟେଷ୍ଟରେ ଅଧିନାୟକ ହେବାପରେ ପିତୃତ୍ବ ଅବକାଶ ପାଇଁ ସ୍ବଦେଶ ଫେରିଥିବା କୋହଲି କହିଛନ୍ତି, "ଚମତ୍କାର ବିଜୟ, ସଂପୂର୍ଣ୍ଣ ଟିମର ଜବରଦସ୍ତ ପ୍ରୟାସ । ଟିମ ପାଇଁ ଓ ଖାସ କରି ଅଜିଙ୍କ୍ୟ ରାହାଣେଙ୍କ ପାଇଁ ବହୁତ ଖୁସି ଯିଏକି ଦମଦାର ଅଧିନାୟକତ୍ବ କରିଛନ୍ତି । ସଂପୂର୍ଣ୍ଣ ମ୍ୟାଚରେ ଖେଳାଳିଙ୍କ ପ୍ରଦର୍ଶନ ଦମଦାର ରହିଥିଲା ।"

ପୂର୍ବତନ ଭାରତୀୟ କ୍ୟାପଟେନ ବିଶନ ସିଂହ ବେଦୀ କିନ୍ତୁ ଟିମକୁ ସଞ୍ଜମତା ବନାଇ ରଖିବାକୁ ପରମର୍ଶ ଦେଇଛନ୍ତି । ସେ କହିଛନ୍ତି 36 ରନରେ ଆଉଟ ହେବା ଭୟାନକ ଥିଲା ଅସ୍ଥିରତାର ପରିଚୟ ଥିଲା ମାତ୍ର 8 ୱିକେଟରେ ବିଜୟ ଜବରଦସ୍ତ ହୋଇଛି । ଖରାପ ସ୍ବପ୍ନ ପରି ଖରାପ ପ୍ରଦର୍ଶନକୁ ଖେଳାଳିମାନେ ଭୁଲିଯିବା ଉଚିତ । ଆହୁରି ଦୁଇଟି ଟେଷ୍ଟ ବାକି ଅଛି । କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ । ଅଧିନାୟକ ରାହାଣେଙ୍କ ପରି ଶାନ୍ତଚିତ୍ତରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଆଗକୁ କିପରି ହରାଇବ ସେନେଇ ଯୋଜନା କରିବା ଆବଶ୍ୟକ କହିଛନ୍ତି ।

ସେହିପରି ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳିଥିବା ଶୁଭମନ ଗିଲ ଲେଖିଛନ୍ତି, "ପ୍ରତିକୂଳ ପରିସ୍ଥିତିରେ ବିଜୟ ମିଳିଲା, ଭାରତୀୟ ଟିମର ଜବରଦସ୍ତ ପ୍ରଦର୍ଶନ । ସହଯୋଗ ପାଇଁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ।"

ପୂର୍ବତନ କ୍ରିକେଟର ଭିଭିଏସ ଲକ୍ଷ୍ମଣ ମଧ୍ୟ ଭାରତର ବିଜୟରେ ଟ୍ବିଟ କରିଛନ୍ତି । ପଦାର୍ପଣ ଟେଷ୍ଟ ଖେଳିଥିବା ମହମ୍ମଦ ସିରାଜ, ଶୁଭମନ ଗିଲ ଓ ରାହାଣେଙ୍କ ଅଧିନାୟକତ୍ବକୁ ପ୍ରଶଂସା କରିଛନ୍ତି । ସେହପରି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଇରଫାନ ପଠାନ ମଧ୍ୟ ଟ୍ବିଟ ଯୋଗେଁ ଖୁସିବ୍ୟକ୍ତ କରିବା ସହ ଟିମ ଇଣ୍ଡିଆର ଏହି ବିଜୟୀ ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details