ଇନ୍ଦୋର: ଅଧିନାୟକ ଭାବେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ 1000 ରନ୍ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ଦ୍ବିତୀୟ ଟି 20 ମ୍ୟାଚ୍ରେ 30 ରନର ଅପରାଜିତ ଇନିଂସ ଖେଳିବା ଅବସରରେ କୋହଲି ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି ।
ନୂଆ ବର୍ଷରେ ବିରାଟଙ୍କ ନୂଆ ରେକର୍ଡ - VIRAT KOHLI
ଅଧିନାୟକ ଭାବେ ଟି-20 ଅନ୍ତର୍ଜାତୀୟ କ୍ରିକେଟରେ 1000 ରନ୍ ପୂରଣ କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି ।
![ନୂଆ ବର୍ଷରେ ବିରାଟଙ୍କ ନୂଆ ରେକର୍ଡ virat-kohli-reach-1000-t20-runs-as-captain](https://etvbharatimages.akamaized.net/etvbharat/prod-images/768-512-5639969-thumbnail-3x2-ckasdc.jpeg)
ବିରାଟ କୋହଲି
ତେବେ ଅଧିନାୟକ ଏହି କୀର୍ତ୍ତିମାନ ସ୍ଥାପନ କରିବାରେ ସେ ଷଷ୍ଠ ଖେଳାଳି । ସେହିପରି 2ୟ ଭାରତୀୟ ଅଧିନାୟକ ଭାବେ ସେ ଏହି ରେକର୍ଡ ରଚିଛନ୍ତି । ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କଠାରୁ ଆଗରେ ଅଛନ୍ତି । ଧୋନୀ 72 ମ୍ୟାଚ୍ରେ 1112 ରନ୍ କରିଥିଲେ । ତେବେ କୋହଲି ମାତ୍ର 32ଟି ମ୍ୟାଚ୍ରେ 1006 ରନ୍ କରିଛନ୍ତି । ଏହି ତାଲିକାରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସି ଶୀର୍ଷରେ ରହିଛନ୍ତି । ସେ 40 ମ୍ୟାଚରେ 1273 ରନ୍ କରିଛନ୍ତି ।