ଓଡିଶା

odisha

ETV Bharat / sports

ପ୍ରତିଶୃତି ରଖିଲେ ବିରାଟ, ସୁପର ଫ୍ୟାନଙ୍କୁ ଦେଲେ ମ୍ୟାଚ ଟିକେଟ୍

ପ୍ରତିଶୃତି ରଖିଲେ କ୍ୟାପଟେନ୍ କୋହଲୀ । ଟିମ୍‌ ଇଣ୍ଡିଆର ସୁପର ଫ୍ୟାନ 87 ବର୍ଷୀୟ ଚାରୁଲତା ପଟେଲଙ୍କୁ ଦେଲେ ଭାରତ-ଶ୍ରୀଲଙ୍କା ମ୍ୟାଚର ଟିକେଟ୍ ।

By

Published : Jul 7, 2019, 6:16 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ୍

ନୂଆଦିଲ୍ଲୀ: ପ୍ରତିଶୃତି ରଖିଲେ କ୍ୟାପଟେନ୍ କୋହଲୀ । ଟିମ୍‌ ଇଣ୍ଡିଆର ସୁପର ଫ୍ୟାନ 87 ବର୍ଷୀୟ ଚାରୁଲତା ପଟେଲଙ୍କୁ ଦେଲେ ଭାରତ-ଶ୍ରୀଲଙ୍କା ମ୍ୟାଚର ଟିକେଟ୍ । ଏହାସହ ସେ ତାଙ୍କୁ ଏକ ସ୍ବତନ୍ତ୍ର ବାର୍ତ୍ତା ମଧ୍ୟ ଦେଇଛନ୍ତି ।

ସେହି ବାର୍ତ୍ତାରେ ବିରାଟ ଲେଖିଥିଲେ, ପ୍ରିୟର ଚାରୁଲତା ଜୀ, ଆମ ଟିମ୍ ପାଇଁ ଆପଣଙ୍କ ଭଲପାଇବା ପ୍ରେରଣାଦାୟକ । ମୁଁ ଆଶା କରୁଛି ଆପଣ ନିଜ ପରିବାର ସହ ଏହି ଖେଳର ଆନନ୍ଦ ନେବେ । ଖୁବ୍ ସାରା ଭଲପାଇବା ବିରାଟ ତରଫରୁ । ଯାହାର ସୂଚନା ଟ୍ବିଟର ଜରିଆରେ ପ୍ରଦାନ କରିଛି ବିସିସିଆଇ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ଏଠାରେ ସୂଚନାଯୋଗ୍ୟ, ବର୍ମିଂହାମରେ ଖେଳାଯାଇଥିବା ଭାରତ-ବାଲାଂଦେଶ ମ୍ୟାଚ ମଧ୍ୟରେ ଦେଖିବାକୁ ମିଳିଥିଲା ଚାରୁଲତାଙ୍କ ଟିମ୍ ଇଣ୍ଡିଆ ପ୍ରତିଥିବା ଭଲପାଇବାର ଝଲକ । ଏହି ମ୍ୟାଚରେ ସେ ଭାରତକୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ଯେଉଁ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏହାପରେ ବିରାଟ ତାଙ୍କୁ ଦେଖା କରିବା ସହ ତାଙ୍କ ପାଇଁ ଟ୍ବିଟ କରିଥିଲେ । ଟ୍ବିଟରେ ସେ ଚାରୁଲତାଙ୍କୁ ଧନ୍ୟବାଦ ଦେବା ସହ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରିଥିଲେ । ଯାହା ସେ ଏବେ ପୂରଣ କରିଛନ୍ତି ।

ଏଠାରେ ଆପଣଙ୍କୁ କହିରଖୁଛୁ ଯେ, ଚାରୁଲତା ପଟେଲ ଭାରତ-ଶ୍ରୀଲଙ୍କା ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମରେ ପହଞ୍ଚିବା ସହ ଭାରତୀୟ ଟିମ୍‌କୁ ଚିଅରଅଫ୍ କରିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଫେସବୁକ୍

ABOUT THE AUTHOR

...view details