ଓଡିଶା

odisha

ETV Bharat / sports

କୋହଲି ଦଶନ୍ଧିର ଶ୍ରେଷ୍ଠ ICC ପୁରୁଷ ଦିନିକିଆ କ୍ରିକେଟର - ଶ୍ରେଷ୍ଠ ଆଇସିସି ଦିନିକିଆ କ୍ରିକେଟର

ଭାରତୀୟ ଟିମର କ୍ୟାପଟେନ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ଦିନିକିଆ କ୍ରିକେଟର । ଅଧିକ ପଢନ୍ତୁ...

VIRAT KOHLI is the ICC Mens ODI Cricketer of the Decade
ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଆଇସିସି ପୁରୁଷ ଦିନିକିଆ କ୍ରିକେଟର

By

Published : Dec 28, 2020, 6:32 PM IST

ହାଇଦ୍ରାବାଦ: କ୍ରିକେଟର 50 ଓଭର ଫର୍ମାଟରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ପ୍ରଭାବୀ ପ୍ରଦର୍ଶନ କରିଆସିଛନ୍ତି । ଏହି ଫର୍ମାଟରେ ଦମଦାର ରେକର୍ଡ ପାଇଁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ବିଜେତା ହୋଇଛନ୍ତି ।

ଏଥିସହ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ଆଇସିସି କ୍ରିକେଟର ପୁରସ୍କାର ମଧ୍ୟ ମିଳିଛି । ସେହିପରି ସୋମବାର ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ଦଶନ୍ଧିର ଶ୍ରେଷ୍ଠ ପୁରୁଷ ଖେଳାଳି ଭାବେ ସାର୍ ଗାର୍ଫାଏଡ ସୋବର୍ସ ପୁରସ୍କାର ବିଜେତା ମଧ୍ୟ ହୋଇଛନ୍ତି ।

ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ଟ୍ବିଟରରେ ଏହି ପୁରସ୍କାର ବିଜେତା ଭାବେ କୋହଲିଙ୍କ ନାମ ଘୋଷଣା କରିଛି । କୋହଲି 'ଆଇସିସି ପୁରସ୍କାର' ସମୟ ମଧ୍ୟରେ 70ଟି ଶତକ ମଧ୍ୟରେ 66ଟି ଅନ୍ତର୍ଜାତୀୟ ଶତକ ଯୋଡିଛନ୍ତି । ଏହି ସମୟ ମଧ୍ୟରେ କୋହଲିଙ୍କ ନାମରେ ସର୍ବାଧିକ 94ଟି ଅର୍ଦ୍ଧଶତକ, ସର୍ବାଧିକ ରନ (20396) ବ୍ୟତୀତ 70ରୁ ଅଧିକ ପାଳି ଖେଳିବା ସହ 56.97 ହାରରେ ରନ ସଂଗ୍ରହ କରି ରେକର୍ଡ କରିଛନ୍ତି ।

ସାମଗ୍ରୀକ ଭାବେ, 32 ବର୍ଷୀୟ କୋହଲି ଏକଦିବସୀୟ ଅନ୍ତର୍ଜାତୀୟ ମ୍ୟାଚରେ 12040 ରନ ଓ ଟେଷ୍ଟ କ୍ରିକେଟରେ 7318 ରନ ଓ ଅନ୍ତର୍ଜାତୀୟ ଟି-20 ମ୍ୟାଚରେ 2928 ରନ ନିଜ ନାମରେ କରିଛନ୍ତି । ସବୁ ଫର୍ମାଟକୁ ମିଶାଇ ବିରାଟଙ୍କ ରନ ସଂଗ୍ରହ ହାର 50ରୁ ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details