ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କୁ ଟିମ୍ ଇଣ୍ଡିଆର 'ତାନାଜୀ'ର ଆଖ୍ୟା ଦେଇଛନ୍ତି ବଲିଉଡ ସିଂଘମ । ସୂଚନାଥାଉକି ଅଜୟ ଦେବଗନଙ୍କ ନୂଆ ଫିଲ୍ମ'ତାନାଜୀ' ଆସନ୍ତା 10ରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମର ପ୍ରମୋସନ ବେଳେ ସେ ବିରାଟଙ୍କୁ ଏହି ଆଖ୍ୟା ଦେଇଛନ୍ତି ।
ଟିମ ଇଣ୍ଡିଆର 'ତାନାଜୀ' ବିରାଟ କୋହଲି: ଅଜୟ ଦେବଗନ - ଅଜୟ ଦେବଗନ
ବଲିଉଡ ସିଂଘମ ବିରାଟ କୋହଲିଙ୍କୁ 'ତାନାଜୀ' ବୋଲି କହିଛନ୍ତି । ଫିଲ୍ମ 'ତାନାଜୀ' ପ୍ରମୋସନ ବେଳେ ସେ ବିରାଟଙ୍କୁ ଏହି ଆଖ୍ୟା ଦେଇଛନ୍ତି ।
virat kohli
ବିରାଟଙ୍କ ତାରିଫରେ ଅଜୟ ଦେବଗନ କହିଛନ୍ତି ଯେ, ଭାରତୀୟ ଟିମର ତାନାଜୀ ବିରାଟ କୋହଲି । ତାଙ୍କ ପାଖରେ ଆତ୍ମବିଶ୍ବାସ, ଆକ୍ରାମକତା ଓ ଜିତିବାର ଜୋସ୍ ରହିଛି ।
ସୂଚନାଥାଉକି ବିରାଟ 2019ରେ ସର୍ବାଧିକ ରନ କରିଥିବା ଖେଳାଳି ରହିଥିଲେ । 31ବର୍ଷୀୟ କୋହଲି ଦିନିକିଆ ଓ ଟେଷ୍ଟରେ ବିଶ୍ବର ନଂ 1 ଖେଳାଳି ।