କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଇତିହାସ ରଚିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଛନ୍ତି କୋହଲି । ଏହି ଶତକ ସହିତ ନିଜ ଅନ୍ତଜାର୍ତୀୟ କ୍ୟାରିୟରର 70ତମ ଶତକ ହାସଲ କରିଛନ୍ତି ସେ । କ୍ୟାପଟେନ ଭାବରେ ଏହା 20ତମ ଟେଷ୍ଟ ଓ 41 ତମ ଅନ୍ତର୍ଜାତୀୟ ଶତକ ।
କୋଲକାତାରେ କିଙ୍ଗ କୋହଲିଙ୍କ କମାଲ
ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଇତିହାସ ରଚିଲେ ଭାରତୀୟ କ୍ୟାପଟେନ ବିରାଟ କୋହଲି । ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଦିବାରାତ୍ର ଟେଷ୍ଟରେ ହାସଲ କଲେ ଶତକ ।
ଟେଷ୍ଟ କ୍ରିକେଟରେ କ୍ୟାପଟେନ କୋହଲିଙ୍କର ଏହା 27ତମ ଶତକ । ଭାରତୀୟ ପାଳିର 38ତମ ଓଭରରେ ବାଂଲାଦେଶ ସ୍ପିନର ତୈଜୁଲ ଇସଲାମଙ୍କ ଓଭରରେ 1ରନ ନେଇ ଶତକ ପୂରଣ କରିଥିଲେ କୋହଲି । ବାଂଲାଦେଶ ବିପକ୍ଷରେ କୋହଲିଙ୍କର ଏହା ବ୍ୟକ୍ତିଗତ 2ୟ ଟେଷ୍ଟ ଶତକ । 2017ରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ ହାଇଦ୍ରବାଦରେ 204 ରନର ପାଳି ଖେଳିଥିଲେ ।
ତେବେ ଅନ୍ତର୍ଜାତୀୟ ଶତକ ହାସଲ କରିବାରେ କୋହଲି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଏଣ୍ଟିଂଙ୍କ ନିକଟବର୍ତ୍ତୀ ହୋଇଛନ୍ତି । ପଏଣ୍ଟିଂଙ୍କ 71 ଅନ୍ତର୍ଜାତୀୟ ଶତକଠାରୁ ମାତ୍ର ଗୋଟିଏ ଶତକ ପଛରେ ରହିଛନ୍ତି କୋହଲି ।