ଓଡିଶା

odisha

ETV Bharat / sports

ୱିସଡେନ ଘୋଷଣା କଲା ଶ୍ରେଷ୍ଠ ପାଞ୍ଚ କ୍ରିକେଟର, ଟପରେ କୋହଲି - ଏଲିସ ପେରି

ୱିସଡେନର ଶ୍ରେଷ୍ଠ ପାଞ୍ଚ କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି କ୍ୟାପ୍ଟେନ କୋହଲି । ଦଶନ୍ଧିର ଶ୍ରେଷ୍ଠ 5 କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ସହ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ଓ ଏବି ଡିଭିଲିୟର୍ସ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ମହିଳା କ୍ରିକେଟର ଷ୍ଟାର ଅଲରାଉଣ୍ଡର ଏଲିସ ପେରି ରହିଛନ୍ତି । ଅଧିକ ପଢ଼ନ୍ତୁ...

Virat Kohli , Ellyse Perry, Wisden cricketers of the decade, ୱିସଡନର ଶ୍ରେଷ୍ଟ ପାଞ୍ଚ କ୍ରିକେଟରଙ୍କ ମଧ୍ୟରେ କୋହଲି,  ୱିସଡନ କ୍ରିକେଟ ଅଲମାନେକ, ଷ୍ଟିଭ ସ୍ମିଥ, ଏବି ଡିଭିଲିୟର୍ସ,  ଏଲିସ ପେରି,  ବିରାଟ କୋହଲି
ୱିସଡନର ଶ୍ରେଷ୍ଟ ପାଞ୍ଚ କ୍ରିକେଟରଙ୍କ ମଧ୍ୟରେ କୋହଲି

By

Published : Dec 26, 2019, 8:47 PM IST

ହାଇଦ୍ରାବାଦ: ୱିସଡେନ କ୍ରିକେଟର୍ସ ଅଲମାନେକ୍ ତାଲିକାରେ ଅନ୍ୟ ଚାରି ଖେଳାଳିଙ୍କ ସହ ବିରାଟ କୋହଲିଙ୍କୁ ଦସନ୍ଧିର ସର୍ବଶ୍ରେଷ୍ଠ 5 କ୍ରିକେଟର ଭାବେ ସ୍ଥାନ ମିଳିଛି । କୋହଲିଙ୍କ ସମେତ ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପେସ୍ ବୋଲର ଡେଲ ଷ୍ଟେନ ଓ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସ, ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ ଓ ମହିଳା କ୍ରିକେଟର ଷ୍ଟାର ଅଲରାଉଣ୍ଡର ଏଲିସ ପେରି ଏହି ତାଲିକାରେ ସାମିଲ ରହିଛନ୍ତି ।

ଷ୍ଟିଭ ସ୍ମିଥ

ଅନ୍ୟ ଖେଳାଳିଙ୍କ ତୁଳନାରେ କୋହଲି ଗତ 10 ବର୍ଷରେ 5,775 ରନ ଅଧିକ କରିଛନ୍ତି । ଯାହା ପାଇଁ ସେ ଚଳିତ ଦଶନ୍ଧିର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହୋଇଛନ୍ତି । ୱିସଡେନ ଟେଷ୍ଟ ଟିମର ଅଧିନାୟକ ଭାବେ ବିରାଟଙ୍କୁ ନିଯୁକ୍ତ କରାଯିବା ସହ ଦିନିକିଆରେ ମଧ୍ୟ ସାମିଲ କରାଯାଇଛି ।

ମହିଳା କ୍ରିକେଟର ଷ୍ଟାର ଅଲରାଉଣ୍ଡର ଏଲିସ ପେରି

ବିରାଟଙ୍କୁ ନେଇ ୱିସଡେନ ଲେଖିଛି ଯେ, ‘କୋହଲି ଜଣେ ପ୍ରତିଭାବାନ ଖେଳାଳି । 2014 ଇଂଲଣ୍ଡ ଗସ୍ତର ଶେଷ ଠାରୁ ଆରମ୍ଭ କରି ନଭେମ୍ବରରେ ବାଂଲାଦେଶ ବିପକ୍ଷ କୋଲକାତା ଟେଷ୍ଟ ପର୍ଯ୍ୟନ୍ତ 63 ଆଭେରେଜରେ ରନ ସ୍କୋର କରିଛନ୍ତି କୋହଲି । ଯେଉଁଥିରେ 21ଟି ଶତକ ଓ 13ଟି ଅର୍ଦ୍ଧଶତକ ସାମିଲ ରହିଛି । ତିନୋଟି ଯାକ ଅନ୍ତର୍ଜାତୀୟ ଫର୍ମାଟରେ ସେ ଅତି କମରେ 50 ଆଭେରେଜରେ ରନ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ । କେବଳ ସେତିକି ନୁହେଁ କିଛି ଦିନ ତଳେ ଷ୍ଟିଭ ସ୍ମିଥ ମଧ୍ୟ କହିଥିଲେ ଯେ କୋହଲି ଭଳି କେହି ନାହିଁ ।’

ୱିସଡେନ ଅନୁସାରେ, ‘ସଚିନ ଓ ଧୋନିଙ୍କ ପରେ ବିଶ୍ବରେ ଅନ୍ୟ କୌଣସି ଖେଳାଳି ନାହିଁ ଯିଏ କୋହଲିଙ୍କ ଭଳି ଚାପରେ ଖେଳି ପାରିବ ।’

ଗତ ଦଶନ୍ଧିରେ କୋହଲି ଟେଷ୍ଟ କ୍ରିକେଟରେ 27 ଶତକ ସହ 7,202 ରନ କରିଛନ୍ତି । ଏହାଛଡ଼ା ଏକଦିବସୀୟ କ୍ରିକେଟରେ ସେ 11,125 ଓ ଟି-20ରେ 2,633 ରନ କରିଛନ୍ତି । ତାଙ୍କ ନାଁରେ ଅନ୍ତର୍ଜାତୀୟ କ୍ରିକେଟରେ 70ଟି ଶତକ ରହିଛି । ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ତେନ୍ଦୁଲକର ସର୍ବାଧିକ 100ଟି ଓ ତାଙ୍କ ପଛକୁ ରିକି ପଣ୍ଟିଂ 71ଟି ଶତକ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details