ଦୁବାଇ: ବୁଧବାର ପ୍ରକାଶ ପାଇଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସମ୍ମାନଜନକ "ଆଇସିସି ଆୱାର୍ଡ" । ତେବେ ଲଗାତାର 3ୟ ଥର ପାଇଁ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ନିଜର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ବନାଇଛି ।
ଆଇସିସି ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲି - ବିରାଟ କୋହଲି
ଲଗାତାର 3ୟ ଥର ପାଇଁ ଭାରତୀୟ ଦଳର ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ଆଇସିସି ନିଜର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ ବନାଇଛି ।

ଆଇସିସି ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲି
ତେବେ ବିରାଟଙ୍କ ବ୍ୟତିତ ଦିନିକିଆ ଓ ଟେଷ୍ଟ ଦଳରେ ରହିଛନ୍ତି ଅନ୍ୟ 4 ଭାରତୀୟ ଖେଳାଳି । ଭାରତୀୟ ଦଳର ଟେଷ୍ଟ ଓପନର ମୟଙ୍କ ଅଗ୍ରୱାଲ ଟେଷ୍ଟ ଦଳରେ ସାମଲି ରହିଥିବା ବେଳେ ଦିନିକିଆ ଦଳରେ ସାମଲ ଅଛନ୍ତି ହିଟମ୍ୟାନ ରୋହିତ ଶର୍ମା, ସ୍ପିଡ ଷ୍ଟାର ମହମ୍ମଦ ଶାମୀ ଓ ଚାଇନା ମ୍ୟାନ ସ୍ପିନର କୁଳଦୀପ ଯାଦବ ।
- ଆଇସିସି ଦିନିକିଆ ଦଳ: ରୋହିତ ଶର୍ମା, ସାଇ ହୋପ୍, ବିରାଟ କୋହଲି(ଅଧିନାୟକ), ବାବର ଆଜାମ, କେନ ଉଇଲିୟମସନ, ବେନ ଷ୍ଟୋକ୍, ଜୋସ ବଟଲର, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ମହମ୍ମଦ ଶାମି, କୁଳଦୀପ ଯାଦବ ।
- ଆଇସିସି ଟେଷ୍ଟ ଟିମ: ମୟଙ୍କ ଅଗ୍ରୱାଲ, ଟୋମ ଲାଥମ, ମାରନସ ଲବୁସଚେଞ୍ଜ, ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍, ବେନ ଷ୍ଟୋକ୍, ବିଜେ ୱାଟଲିଂ, ପ୍ୟାଟ କୁମିନ୍ସ, ମିଚେଲ, ଷ୍ଟାର୍କ, ନେଲି ୱାଙ୍ଗର, ଲାଥନ ଲାୟନ୍ ।