ବେଙ୍ଗାଲୁରୁ: ସଣ୍ଡେ ସୁପର ଫାଇଟରେ ଅଧିନାୟକ ବିରାଟ କୋହଲିଙ୍କ ରନ ବର୍ଷା ସହ ତାଙ୍କ ରେକର୍ଡ ଖାତାରେ ଯୋଡି ହୋଇଛି ଆଉ ଏକ ନୂଆ ରେକର୍ଡ । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅଧିନାୟକ ଭାବେ ଦିନିକିଆରେ ଦ୍ରୁତତମ 5 ହଜାର ରନ ସଂଗ୍ରହକାରୀ ବ୍ୟାଟ୍ସ ମ୍ୟାନ୍ ହୋଇଛନ୍ତି କୋହଲି । ଏହି ଧାରାରେ ସେ ପୂର୍ବତନ ଅଧିନାୟକ ତଥା ଦଳର ୱିକେଟ କିପର ବ୍ୟାଟ୍ସ ମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି ।
କ୍ୟାପଟେନ କୋହଲିଙ୍କ ରନ ରେକର୍ଡ - Virat Kohli
ବିବାର ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଅଧିନାୟକ ଭାବେ ଦିନିକିଆରେ ଦ୍ରୁତ 5 ହଜାର ରନ ସଂଗ୍ରହକାରୀ ବ୍ୟାଟ୍ସ ମ୍ୟାନ୍ ହୋଇଛନ୍ତି କୋହଲି । ଏହି ଧାରାରେ ସେ ପୂର୍ବତନ ଅଧିନାୟକ ତଥା ଦଳର ୱିକେଟ କିପର ବ୍ୟାଟ୍ସ ମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି ।

କ୍ୟାପଟେନ କୋହଲିଙ୍କ ରନ ରେକର୍ଡ
ତେବେ କୋହଲି ମାତ୍ର 82 ଇନିଂସରେ ଏହି କୀର୍ତ୍ତିମାନ କରିଛନ୍ତି । ତେବେ ଧୋନି 5 ହଜାର ରନ ପୂରଣ କରିବା ପାଇଁ 127 ଇନିଂସର ସହାୟତା ନେଇଥିଲେ । ସେହିପରି ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ରିକି ପଣ୍ଟିଂ 131 ଇନିଂସ, ଦକ୍ଷିଣ ଆଫ୍ରିକାର ଗ୍ରେମ୍ ସ୍ମିଥ୍ 135 ଇନିଂସ୍ ଏବଂ ସୌରଭ ଗାଙ୍ଗୁଲି 136 ଇନିଂସରେ 5 ହଜାର ରନ ପୂରଣ କରିଥିଲେ ।
ତେବେ ଆଜି ଖେଳା ଯାଇଥିବା ମ୍ୟାଚରେ 91ବଲରୁ 89ରନ କରିଛନ୍ତି କୋହଲି ।