ହାଇଦ୍ରାବାଦ: କ୍ରିକେଟର ଯୁବରାଜ ସିଂ ଓ ଶିଖର ଧାଓ୍ବନଙ୍କ ପରେ ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ବୋତଲ କ୍ୟାପ ଚ୍ୟାଲେଞ୍ଜ ପୂରା କରିଛନ୍ତି । ସେହି ଭିଡିଓ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି ବିରାଟ ।
ବିରାଟ କୋହଲିଙ୍କ #BottleCapChallenge, ସେୟାର କଲେ ଭିଡିଓ - #BottleCapChallenge
ଅଧିନାୟକ ବିରାଟ କୋହଲି ବୋତଲ କ୍ୟାପ ଚ୍ୟାଲେଞ୍ଜ ପୂରା କରିଛନ୍ତି । 15ସେକେଣ୍ଡର ଭିଡିଓ ସେ ନିଜର ଟ୍ବିଟର ଆକାଉଣ୍ଟରେ ସେୟାର କରିଛନ୍ତି।

ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@imVkohli
ଭିଡିଓ ସେୟାର କରି ସେ କ୍ୟାପ୍ସନ୍ ଲେଖିଛନ୍ତି ଯେ, ଆଦୌ ନକରିବା ଠାରୁ ବହୁତ ଭଲ ଡେରିରେ କରିବା#BottleCapChallenge। ପ୍ରାୟ 15 ସେକେଣ୍ଡ ଭିଡିଓରେ ବ୍ୟାଟ ଧରି ବୋତଲକୁ ଦେଖୁଛନ୍ତି । ଏହାପରେ ବ୍ୟାଟରେ ବୋତଲର କ୍ୟାପ ଖୋଲି ଦେଇଛନ୍ତି । ସବୁଠାରୁ ମଜାଦାର କଥା ହେଲା ଭିଡିଓର ବ୍ୟାକଗ୍ରାଉଣ୍ଡରେ କୋଚ ରବି ଶାସ୍ତ୍ରୀଙ୍କ କମେଣ୍ଟ୍ରି ଶୁଣିବାକୁ ମିଳୁଛି ।