ଅଲର: ବିଜୟ ହଜାରେ ଟ୍ରଫିରେ ପ୍ରଥମ ମ୍ୟାଚ ଖେଳୁଛି ଟିମ ଓଡିଶା । KSCA କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କେରଳ କ୍ୟାପଟେନ ସଚିନ ବେବି ।
ତେବେ ଓଦା ପଡିଆ ଯୋଗୁଁ ମ୍ୟାଚ 45 ଓଭର ବିଶିଷ୍ଟ ଖେଳାଯାଉଛି । ନିର୍ଦ୍ଧାରିତ 45 ଓଭରରେ 8 ୱିକେଟ ହରାଇ 258 ରନ ସଂଗ୍ରହ କରିଥିଲା ଓଡିଶା । ଓପନର ଗୋବିନ୍ଦ ଚୌଧୁରୀଙ୍କ 57 ଓ ସନ୍ଦୀପ ପଟ୍ଟନାୟକଙ୍କ 66 ରନ ବଳରେ ଓଡିଶା ସମ୍ମାନଜନକ ସ୍କୋର କରିପାରିଥିଲା ।