ନୂଆଦିଲ୍ଲୀ: ଆଗାମୀ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟ ପାଇଁ ଶୁକ୍ରବାର 22 ଜଣିଆ ଦଳ ଘୋଷଣା କରିଛି ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନ(DDCA) । ପ୍ରଦୀପ ସାଙ୍ଗୱାନଙ୍କୁ ମିଳିଛି ଅଧିନାୟକ ଦାୟିତ୍ବ ।
ଘୋଷିତ 22ଜଣିଆ ଦଳରେ ଶିଖର ଧାୱନ, ନୀତିଶ ରାଣା ଓ ଉନ୍ମୁକ୍ତ ଚାନ୍ଦଙ୍କ ପରି ଷ୍ଟାର ଖେଳାଳିଙ୍କ ନାମ ରହିଛି । ଶୁକ୍ରବାର ବୋର୍ଡର ଚୟନକର୍ତ୍ତା କମିଟି ବସିବା ସହ ଦଳ ଚୟନ ହୋଇଛି । ବୈଠକରେ ଆଂଶୁ ଦାନୀ, ମୋହନ ଚତ୍ରୁବେଦୀ, ଚେତନ୍ୟ ନନ୍ଦ, ପ୍ରଦୀପ ସାଙ୍ଗୱାନ, ଓ କୋଚ ରାଜକୁମାର ଶର୍ମା ଉପସ୍ଥିତ ଥିଲେ ।