ଓଡିଶା

odisha

By

Published : Oct 4, 2019, 11:51 PM IST

ETV Bharat / sports

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପରାଜୟ

ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪ ୱିକେଟରେ ହରିଆଣା ନିକଟରୁ ପରାସ୍ତ ହୋଇଛି । ବର୍ଷା ଯୋଗୁ ମ୍ୟାଚ୍ 46 ଓଭର ବିଶିଷ୍ଟ ହୋଇଥିଲା ।

ବିଜୟ ହଜାରେ ଟ୍ରଫି

ଭଦୋଦରା: ଚଳିତ ବିଜୟ ହଜାରେ ଟ୍ରଫିରେ ପରାସ୍ତ ହୋଇଛି ଓଡିଶା । ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ଓଡ଼ିଶା ୪ ୱିକେଟରେ ହରିଆଣା ନିକଟରୁ ପରାସ୍ତ ହୋଇଛି । ବର୍ଷା ଯୋଗୁ ମ୍ୟାଚ୍ 46 ଓଭର ବିଶିଷ୍ଟ ହୋଇଥିଲା ।

ପ୍ରଥମେ ବ୍ୟାଟିଂ କରି 9 ୱିକେଟ୍ ବିନିମୟରେ 207 ରନ୍ କରିଥିଲା ଓଡିଶା । ଜବାବରେ 43.5 ଓଭରରେ 6 ୱିକେଟ ହରାଇ ବିଜୟ ହାସଲ କରିଥିଲା ହରିଆଣା ଦଳ । ହରିଆଣା ବିଜୟରେ ଜୟନ୍ତ ଯାଦବ ଓ ସୁମିତ୍ କୁମାର ପ୍ରମୁଖ ଭୂମିକା ବହନ କରିଥିଲେ । ଓଡ଼ିଶା ପକ୍ଷରୁ ଅଭିଜ୍ଞ ଗୋବିନ୍ଦ ପୋଦ୍ଦାର ସର୍ବାଧିକ 64, ସନ୍ଦୀପ ପଟ୍ଟନାୟକ 44, ସୁଜିତ୍ ଲେଙ୍କା ଅପରାଜିତ 34 ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ । ହରିଆଣା ପକ୍ଷରୁ ହର୍ଷଲ ପଟେଲ ଓ ସୁମିତ୍ କୁମାର ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ସେହିପରି ହରିଆଣା ପକ୍ଷରୁ ଜୟନ୍ତ 67 ରନ୍ କରି ଆଉଟ୍ ହୋଇଥିବା ବେଳେ ସୁମିତ୍ 64 ରନ୍ କରି ଅପରାଜିତ ଥିଲେ । ଓପନର ନୀତୀନ ସାଇନି 44ରନ୍ କରିଥିଲେ । ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ଦୀପକ ବେହେରା 2ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ABOUT THE AUTHOR

...view details