ଓଡିଶା

odisha

ETV Bharat / sports

ବିଜୟ ହଜାରେ ଟ୍ରଫି: ହିମାଚଳ ପ୍ରଦେଶକୁ ମାତ ଦେଲା ଓଡିଶା

ବରୋଦାରେ ଖେଳା ଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ଏକ ରୋମାଞ୍ଚକର ମ୍ୟାଚରେ ହିମାଚଳ ପ୍ରଦେଶକୁ ପରାଜୟର ରାସ୍ତା ଦେଖାଇଛି ଟିମ ଓଡିଶା ।

By

Published : Oct 3, 2019, 1:12 AM IST

ବିଜୟ ହଜାରେ ଟ୍ରଫି

କଟକ: ହିମାଚଳ ପ୍ରଦେଶକୁ 3 ରନରେ ମାତ ଦେଲା ଟିମ ଓଡିଶା । ବରୋଦାରେ ଖେଳା ଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ଏକ ରୋମାଞ୍ଚକର ମ୍ୟାଚରେ ହିମାଚଳ ପ୍ରଦେଶକୁ ପରାଜୟର ରାସ୍ତା ଦେଖାଇଛି ଟିମ ଓଡିଶା । ପ୍ରଥମରୁ ବର୍ଷା ସାଜିଥିଲା ବାଧକ । ଯାହା ଫଳରେ ଟସ ବିଳମ୍ବ ହୋଇଥିଲା । ଶେଷରେ 21 ଓଭର ଖେଳ ହେବା ନେଇ ସ୍ପଷ୍ଟ ହୋଇଥିଲା । ତେବେ ହିମାଚଳ ପ୍ରଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ତେବେ ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇ ଟିମ ଓଡିଶା ପ୍ରଥମରୁ ହିଁ ସଙ୍କଟରେ ପଡିଥିଲା । ପ୍ରାରମ୍ଭିକ ଯୋଡି ଗୋବିନ୍ଦ ପୋଦ୍ଦାର ଓ ସନ୍ଦୀପ ପଟ୍ଟନାୟକ 6 ରନ ଲେଖାଏଁ କରି ପାଭିଲିୟନ ଫେରି ଯାଇଥିଲେ । ଏହାପରେ ଦଳର ଅଧିନାୟକ ଶୁଭ୍ରାଂଶୁ ସେନାପତି ଯଥାକ୍ରମେ 39 ଓ ଅଭିଷେକ ଯାଦବ 34 ରନ କରି ଦଳକୁ ଏକ ସଂକଟରୁ ରକ୍ଷା କରିଥିଲେ । ତେବେ 31 ରନ ସାହାଯ୍ୟରେ ଶେଷ ପଯ୍ୟନ୍ତ ଲଢ଼ି ଓଡିଶାକୁ 145 ରନରେ ପହଞ୍ଚାଇ ଥିଲେ ପ୍ରୟାସ ସିଂ । ତେବେ ଓଡିଶା ସମୁଦାୟ 8 ୱିକେଟ ହରାଇ ଏହି ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା ।

ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା ହିମାଚଳ ପ୍ରଦେଶ । ମାତ୍ର 21 ରନରେ ଦଳ ହରାଇଥିଲା ତାର ମୁଖ୍ୟ ଅଧିନାୟକଙ୍କ ୱିକେଟ । ଅଙ୍କୁଶ ବେନ୍ସ ମାତ୍ର 10ରନ କରି ପପୁ ରାୟଙ୍କ ଶିକାର ହୋଇଥିଲେ । ଏହାପରେ ଓପନର ପ୍ରଶାନ୍ତ ଚୋପ୍ରା ନିଜର ବିସ୍ଫୋରକ ପାଳି ଖେଳିବା ଆରମ୍ଭ କରିଥିଲେ । ହେଲେ 48 ରନ କରିଥିଲା ବେଳେ ଗୋବିନ୍ଦ ପୋଦ୍ଦାରଙ୍କ ଦ୍ଵାରା ଏଲବିଡ଼ବ୍ଲ୍ୟୁ ହୋଇ ପାଭେଲିୟନ ଫେରିଥିଲେ ସେ ।

ଏହାପରେ ଅଙ୍କିତ କାଲସି (22), ରିସି ଧାୱନ (12), ଅମିତ କୁମାର (18) ଓ ପଙ୍କଜ ଜୟସୁୱାଲ (13) ରନ କରି ପାଭେଲିୟନ ଫେରିଯାଇଥିଲେ । ତେବେ 21 ଓଭରରେ 9 ୱିକେଟ ହରାଇ 142 ରନ କରିଵାରେ ସକ୍ଷମ ହୋଇଥିଲେ ହିମାଚଳ ପ୍ରଦେଶ । ଓଡିଶା ପକ୍ଷରୁ ଗୋବିନ୍ଦ ପୋଦ୍ଦାର ସର୍ବାଧିକ 4 ୱିକେଟ ଅକ୍ତିଆର କରିଥିଲେ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details