ଓଡିଶା

odisha

ETV Bharat / sports

ଯୁବ ଏସିଆ କପ କ୍ରିକେଟ: ଧ୍ରୃବ ଜୁରେଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ - କୋଚ ରାହୁଲ ଦ୍ରାବିଡ

ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଆୟୋଜିତ ହେବାକୁ ଯାଉଛି ଯୁବ ଏସିଆ କପ କ୍ରିକେଟ ଅଣ୍ଡର-19 ମୁକାବିଲା । ଧ୍ରୃବ ଜୁରେଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ 19 ବର୍ଷରୁ କମ୍ ଭାରତୀୟ ଦଳ ।

ଫୋଟ ସୌଜନ୍ୟ : ଫାଇଲ ଫୋଟ

By

Published : Aug 29, 2019, 2:50 PM IST

ନୂଆଦିଲ୍ଲୀ: ଆସନ୍ତା ମାସରୁ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଆୟୋଜିତ ହେବାକୁ ଯାଉଛି ଯୁବ ଏସିଆ କପ କ୍ରିକେଟ ଅଣ୍ଡର-19 ମୁକାବିଲା । ଏଥିରେ 19 ବର୍ଷରୁ କମ୍ ଭାରତୀୟ ଦଳର ନେତୃତ୍ବ ନେବେ ଯୁବ କ୍ରିକେଟର ଧ୍ରୃବ ଜୁରେଲ ।

କାର୍ଗିଲ ଯୁଦ୍ଧ ଲଢିଥିବା ଅବସରପ୍ରାପ୍ତ ସୈନିକ ନେମ୍ ସିଂହ ଜୁରେଲଙ୍କ ପୁଅ ଧ୍ରୃବ । ଯିଏକି ଜାଟ୍ ରେଜିମେଣ୍ଟର ଜଣେ ପୂର୍ବତନ ସୈନିକ । ପାଠପଢା ଶେଷ କରିବା ପରେ ଧ୍ରୃବ ଜାତୀୟ ପ୍ରତିରକ୍ଷା ଏକାଡେମୀରେ (ଏନଡିଏ) ଆଡମିଶନ ନେବା ପାଇଁ ଚାହୁଁ ଥିଲେ । ମାତ୍ର କ୍ରିକେଟ ଖେଳ ପାଇଁ ବହୁତ ଇଛୁକ ଥିଲେ ସେ ।

ଆଗ୍ରାର ଏହି ଯୁବ କ୍ରିକେଟର ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଜଣେ ୱିକେଟ କିପର ସହ ଟପ ଅର୍ଡର ବ୍ୟାଟ୍ସମ୍ୟାନ ହେଉଛନ୍ତି ଧ୍ରୃବ । ନିକଟରେ ସେ ଇଂଲଣ୍ଡରେ ଆୟୋଜିତ ତ୍ରିରାଷ୍ଟୀୟ ଟୁଣ୍ଣାମେଣ୍ଟରେ ବାଂଲାଦେଶ ବିପକ୍ଷରେ 59 ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ । 2015ରେ ଆଗ୍ରାରେ ଅନୁଷ୍ଠିତ ହୋଇଥିବା ଏକ ଟି20 ମ୍ୟାଚରେ 14 ବର୍ଷ ବୟସରେ 21ଟି ବଲରେ ଶତକ ହାସଲ କରିଥିଲେ ଧ୍ରୃବ ।

ABOUT THE AUTHOR

...view details