ଓଡିଶା

odisha

ETV Bharat / sports

ଟ୍ରାଫିକ ନିୟମ ଭାଙ୍ଗିଲେ ସେନ ୱାର୍ଣ୍ଣେ, ବର୍ଷେ ଡ୍ରାଇଭିଂ ମନା - ଦଣ୍ତିତ କ୍ରିକେଟର ସେନ ୱାର୍ଣ୍ଣେ

ଦ୍ରୁତ ଗତିରେ ଗାଡି ଚଳାଇ ଦଣ୍ତିତ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣେ । 3000 ଆମେରିକୀୟ ଡଲାର ଜୋରିମାନା ସହ 12 ମାସ ଡ୍ରାଇଭିଂ ଉପରେ ପ୍ରତିବନ୍ଧକ ଲାଗିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Sep 23, 2019, 10:31 PM IST

ହାଇଦ୍ରାବାଦ: ଟ୍ରାଫିକ ନିୟମର ଉଲଙ୍ଘନ କରି ଦଣ୍ତିତ ହୋଇଛନ୍ତି କ୍ରିକେଟର ସେନ ୱାର୍ଣ୍ଣେ । ଅଷ୍ଟ୍ରେଲିଆର ଏହି କିମ୍ବଦନ୍ତୀ କ୍ରିକେଟର ଦ୍ରୁତ ଗତିରେ ଗାଡି ଚଳାଇଥିଲେ । ସେଥିପାଇଁ 3000 ଆମେରିକୀୟ ଡଲାର ଜୋରିମାନା ସହ 12 ମାସ ଡ୍ରାଇଭିଂ ଉପରେ ପ୍ରତିବନ୍ଧକ ଲାଗିଛି ।

ସେନ ୱାର୍ଣ୍ଣେ ଲଣ୍ଡନରେ ରହୁଛନ୍ତି । ନିଜ ଜାଗୁଆର କାର ଘଣ୍ଟାପ୍ରତି 64 କିଲୋମିଟର ବେଗରେ ୱାର୍ଣ୍ଣେ ଚଳାଇଛନ୍ତି । ତେବେ 50 ବର୍ଷିୟ ୱାର୍ଣ୍ଣେ 6ଥର ନିୟମ ଅନୁଯାୟୀ ଧାର୍ଯ୍ୟ ଗତିଠାରୁ ଅଧିକ ବେଗରେ ଗାଡି ଡ୍ରାଇଭିଂ କରିଥିଲେ । 2016ରୁ 2018 ମଧ୍ୟରେ ବହୁବାର ନିୟମର ଉଲଙ୍ଘନ କରିଛନ୍ତି ୱାର୍ଣ୍ଣେ । ସେଥିପାଇଁ ସ୍ଥାନୀୟ କୋର୍ଟ 12ମାସ ପର୍ଯ୍ୟନ୍ତ ଡ୍ରାଇଭିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।

ୱାର୍ଣ୍ଣେ ନିଜ ସମୟର ଜଣେ ମହାନ କ୍ରିକେଟର । ଟେଷ୍ଟ କ୍ରିକେଟରେ ଦୁନିଆର 2ୟ ସର୍ବଶ୍ରେଷ୍ଠ ବୋଲର । 145ଟି ଟେଷ୍ଟ ମ୍ୟାଚରୁ ରେକର୍ଡ 708 ୱିକେଟ ହାସଲ କରିଛନ୍ତି। ସେଥିମଧ୍ୟରୁ 37 ଥର 5 ଓ ଅଧିକ ୱିକେଟ ଅକ୍ତିଆର କରିଛନ୍ତି । 10ଥର 10ୱିକେଟ ମଧ୍ୟ ଅକ୍ତିଆର କରିଛନ୍ତି । ଏଥିରୁ ୱାର୍ଣ୍ଣେଙ୍କ ଘାତକ ବୋଲିଂର ପ୍ରମାଣ ମିଳିଥାଏ । ଦିନିକିଆରେ 194 ମ୍ୟାଚରୁ 293ଟି ୱିକେଟ ମଧ୍ୟ ନିଜ ନାମରେ କରିଛନ୍ତି । 1993 ଡୁନ 3ରେ ଇଂଲଣ୍ଡ ବିପକ୍ଷ ଆସେସ ସିରିଜରେ ସେ ଏମିତି ଏକ ବଲ ବୋଲିଂ କରିଥିଲେ , ଯାହାକୁ ଶତାବ୍ଦୀର ଶ୍ରେଷ୍ଠ ବୋଲିଂ କୁହାଯାଏ ।

ABOUT THE AUTHOR

...view details