ଓଡିଶା

odisha

By

Published : Oct 23, 2020, 3:09 PM IST

Updated : Oct 23, 2020, 3:37 PM IST

ETV Bharat / sports

ଭାରତର ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭେଟରାନ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ ।

Veteran cricketer Kapil Dev admitted at Fortis, Okhla for heart issues
ଭାରତର ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଭେଟରାନ କ୍ରିକେଟର ତଥା ଟିମ ଇଣ୍ଡିଆର ପୂର୍ବତନ ବିଶ୍ବବିଜୟୀ କ୍ୟାପଟେନ କପିଳ ଦେବ ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ନୂଆଦିଲ୍ଲୀର ଫୋର୍ଟିସ ଓକହଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି କପିଳ ଦେବ । ହୃଦଘାତର ଶିକାର ହୋଇଥିବା ସୂଚନା ମିଳିଛି ।

ତେବେ ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ବାସ୍ଥ୍ୟବସ୍ଥାର ଅଧିକ ସୂଚନା ଖୁବଶୀଘ୍ର ଜଣାପଡିବ । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବାବେଳେ, ହୃଦଘାତ ଜନିତ ବିପଦରୁ ମୁକ୍ତ ବୋଲି ସୂଚନା ମିଳିଛି । ଏହି ଖବର ଜଣାପଡିବା ପରେ କମେଣ୍ଟଟର ହର୍ଷ ଭୋଗଲେ, ଆକାଶ ଚୋପ୍ରା ସମେତ ଅନେକ ଫ୍ରାନ୍ସ କପିଳ ଦେବଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର କପିଳ ଦେବଙ୍କ ନେତୃତ୍ବରେ ବର୍ଷ 1983ରେ ପ୍ରଥମ ଥର କ୍ରିକେଟ ବିଶ୍ବକପ ବିଜେତା ହୋଇଥିଲା ଭାରତ । ସେ 131ଟି ଟେଷ୍ଟରୁ 5,248 ରନ୍ ଓ 225 ଦିନିକିଆ ମ୍ୟାଚରୁ 3,783 ରନ୍ ସଂଗ୍ରହ କରିଛନ୍ତି । ଟେଷ୍ଟ କ୍ରିକେଟରେ କପିଳ ଦେବଙ୍କ ନାମରେ 343 ୱିକେଟ ଓ ଦିନିକିଆରେ 253 ୱିକେଟ ରହିଛି ।

1 ଅକ୍ଟୋବର 1978ରେ ପାକିସ୍ତାନ ବିପକ୍ଷରେ କପିଳ ଦେବ ଅନ୍ତର୍ଜାତୀୟ ଦିନିକିଆରେ ଡେବ୍ୟୁ କରିଥିଲେ । ସେହିବର୍ଷ 16 ଅକ୍ଟୋବରରେ ପାକିସ୍ତାନ ବିପକ୍ଷରେ ଫୈସଲାବାଦରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ବର୍ଷ 1994ରେ କପିଳ ଦେବ କ୍ରିକେଟରୁ ସନ୍ୟାସ ନେଇଥିଲେ । ଶେଷ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଫରିଦାବାଦରେ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 23, 2020, 3:37 PM IST

ABOUT THE AUTHOR

...view details