ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ଷ୍ଟାର ପେସ ବୋଲର ଭର୍ଣ୍ଣନ ଫିଲାଣ୍ଡର ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ । ବର୍ଷ ଶେଷରେ ଏହି ବୋଲର ନିଜ କ୍ରିକେଟର କ୍ୟାରିୟରରୁ ଅବସର ନେବା ନେଇ ଘୋଷଣା କରିଛନ୍ତି ।
ଇଂଲଣ୍ଡ ବିପକ୍ଷ ସିରିଜ ପରେ ଅବସର ନେବେ ଫିଲାଣ୍ଡର - କ୍ରିକେଟର କ୍ୟାରିୟରରୁ ଅବସର ଘୋଷଣା
ଦକ୍ଷିଣ ଆଫ୍ରିକାର ଷ୍ଟାର ପେସ ବୋଲର ଭର୍ଣ୍ଣନ ଫିଲାଣ୍ଡର ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ । ଅଧିକ ପଢନ୍ତୁ...
ଅନ୍ତଜାର୍ତୀୟ କ୍ରିକେଟକୁ ଫିଲାଣ୍ଡରଙ୍କ ଅଲବିଦା
ମୋର୍ଣ୍ଣେ ମୋର୍କେଲ, ଡେଲ ଷ୍ଟେନ ଓ ଫିଲାଣ୍ଡର, ଦକ୍ଷିଣ ଆଫ୍ରିକା ବୋଲିଂ ଆଟାକର ପ୍ରମୁଖ ଅସ୍ତ୍ର ଥିଲେ। ପୂର୍ବରୁ ମୋର୍କେଲ ଓ ଷ୍ଟେନ ଅନ୍ତଜାର୍ତୀୟ କ୍ରିକେଟକୁ ବିଦାୟ କହିସାରିଛନ୍ତି। ଫିଲାଣ୍ଡରଙ୍କ ଅବସର ପରେ ଦକ୍ଷିଣ ଆଫ୍ରିକା କ୍ରିକେଟର ଏକ ଯୁଗର ଅବସାନ ହୋଇଛି ବୋଲି ଚର୍ଚ୍ଚା ହେଉଛି।
34 ବର୍ଷିୟ ଫିଲାଣ୍ଡର, ଦକ୍ଷିଣ ଆଫ୍ରିକା ପକ୍ଷରୁ 60ଟି ଟେଷ୍ଟ, 30 ଦିନିକିଆ ଓ 7ଟି ଅନ୍ତଜାର୍ତୀୟ ଟି20 ମ୍ୟାଚ ଖେଳିଛନ୍ତି। ଫିଲାଣ୍ଡର 22.16 ଆଭରେଜରେ 216 ୱିକେଟ ରହିଛି। ସେଥିମଧ୍ୟରୁ 13 ଥର 5 ୱିକେଟ ହାସଲ ମଧ୍ୟ କରିଛନ୍ତି।
Last Updated : Dec 23, 2019, 9:49 PM IST