ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ବେଣୁଗୋପଳ ରାଓ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି । ତେବେ 37 ବର୍ଷୀୟ ଏହି କ୍ରିକେଟର 30 ଜୁଲାଇ 2005 ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ । ସେହିପରି 2006 ମେ 23 ତାରିଖରେ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ।
ଅବସର ନେଲେ ଆଉ ଜଣେ ଭାରତୀୟ କ୍ରିକେଟର
ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆନ୍ଧ୍ରପ୍ରଦେଶ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ୍ ବେଣୁଗୋପଳ ରାଓ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି ।
ଡିଜାଇନ ଫଟୋ
ସେ ଭାରତ ପକ୍ଷରୁ 16 ଦିନିକିଆ ଏବଂ 65 ଆଇପିଏଲର ମ୍ୟାଚ୍ ଖେଳିଛନ୍ତି । ସେ 121ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି 7081 ରନ୍ କରିଛନ୍ତି । ଯେଉଁଥିରେ 17ଟି ଶତକ ଓ 30ଟି ଅର୍ଦ୍ଧଶତକ ସାମିଲ୍ ଅଛି । ଆଇପିଏଲରେ ସେ 2008ରୁ 2014 ପର୍ଯ୍ୟନ୍ତ ଡେକାନ୍ ଚାର୍ଜର୍ସ, ଦିଲ୍ଲୀ ଡେୟାରଡେଭିଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି ।