ନୂଆଦିଲ୍ଲୀ:ହୋଲି ଅବସରରେ ବହୁ ଭାରତୀୟ କ୍ରିକେଟର ଶୁଭେଚ୍ଛା ଜଣାଇଛନ୍ତି। ହୋଲିର ଶୁଭେଚ୍ଛା ସହ ଘରେ ସୁରକ୍ଷିତ ରହିବାକୁ କ୍ରିକେଟର ପରାମର୍ଶ ଦେଇଛନ୍ତି। ଭାରତୀୟ ଧୂଆଁଦାର ଓପନର ଶିଖର ଧୱନ ଟ୍ବିଟ କରି କହିଛନ୍ତି ଯେ, "ସଭିଁଙ୍କୁ ହୋଲିର ଶୁଭେଚ୍ଛା। ଏହି ପର୍ବ ଆପଣଙ୍କ ଜୀବନରେ ଖୁସି, ଭଲ ପାଇବା ଓ ସୁଖ ଆଣି ଦେଉ। ଆପଣମାନେ ସୁରକ୍ଷିତ ରୁହନ୍ତୁ।"
ଭାରତୀୟ ଦଳର ଅଧିନାୟକ ରନ ମେସିନ ବିରାଟ କୋହଲି ଟ୍ବିଟ କରି କହିଛନ୍ତି ଯେ, "ରଙ୍ଗର ପର୍ବ ହୋଲି ଆପଣଙ୍କ ସଭିଁଙ୍କ ଜୀବନରେ ଖୁସି ଆଣି ଦେଉ। ହୋଲି ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା।"
ଏହାପରେ ଭାରତୀୟ ଟେଷ୍ଟ ଉପ ଅଧିନାୟକ ଆଜିଙ୍କ୍ୟ ରାହାଣେ କହିଛନ୍ତି ଯେ, "ସଭିଁଙ୍କୁ ହୋଲିର ଶୁଭେଚ୍ଛା। ଆଶା କରୁଛି ଆପଣମାନେ ଘରେ ରହି ନିଜ ପରିବାର ସହ ହୋଲି ପର୍ବ ପାଳନ କରିବେ।"
ଲୋକେଶ ଲାହୁଲ ମଧ୍ୟ ହୋଲି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, "ରଙ୍ଗର ପର୍ବ ହୋଲି ଆପଣଙ୍କ ଜୀବନରେ ଖୁସି ଆଣିଦେଉ। ହୋଲି ଅବସରରେ ଆପଣମାନଙ୍କୁ ଶୁଭେଚ୍ଛା। ସୁରକ୍ଷିତ ରୁହନ୍ତୁ ଓ ଦାୟିତ୍ବର ସହ ଏହି ପର୍ବର ଆନନ୍ଦ ନିଅନ୍ତୁ।"