ଓଡିଶା

odisha

ETV Bharat / sports

'ବିସିସିଆଇ ନିର୍ବାଚନରେ ବିଜେପିର ହାତ ନାହିଁ' - ବିସିସିଆଇ ନିର୍ବାଚନରେ ବିଜେପିର ଭୁମିକା

ବିଜେପି ସଭାପତି ଅମିତ ଶାହା ବିସିସିଆଇ ସଭାପତି ନିର୍ବାଚନରେ କୌଣସି ଭୂମିକା ନଥିବା ବିଜେପି ପକ୍ଷରୁ କୁହାଯାଇଛି। ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡର ସଭାପତି କିଏ ହେବ ତାହା ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଦ୍ବାରା ସ୍ଥିର ହେବ।

ଡିଜାଇନ ଫଟୋ

By

Published : Oct 16, 2019, 8:14 AM IST

Updated : Oct 16, 2019, 11:13 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପରବର୍ତ୍ତୀ ସଭାପତି ହୋଇଛନ୍ତି ସୌରଭ ଗାଙ୍ଗୁଲି । 65 ବର୍ଷ ପରେ ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କ୍ୟାପଟେନଙ୍କୁ ବିସିସିଆଇ ସଭାପତି ଦାୟିତ୍ବ ମିଳିଛି । ମୁମ୍ବାଇର ଏକ ଘରୋଇ ହୋଟଲରେ 5 ଘଣ୍ଟାର ବୈଠକ ପରେ 47 ବର୍ଷିୟ ଗାଙ୍ଗୁଲିଙ୍କ ନାମ ସାମ୍ନାକୁ ଆସିଥିଲା ।

ଏହି ବୈଠକରେ ବିସିସିଆଇର ପୂର୍ବତନ ସଭାପତି ଏନ ଶୀନିବାସନ ଓ କ୍ରିକେଟ ଆସୋସିଏସନର 100ରୁ ଅଧିକ ଅତିଥି ଯୋଗ ଦେଇଥିଲେ । ଗାଙ୍ଗୁଲିଙ୍କ ନାମ ପ୍ରଥମେ ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୁପାରିଶ କରିଥିଲେ । ଏହାପରେ ସମସ୍ତେ ଏହି ପ୍ରସ୍ତାବରେ ସମ୍ମତି ଜଣାଇଥିଲେ । ପରେ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅକ୍ଟୋବର 23ରେ ପରବର୍ତ୍ତୀ ବୈଠକରେ ଅନୁଷ୍ଠାନିକ ଭାବେ ଏନେଇ ଘୋଷଣା ହେବ ।

ତେବେ ବୈଠକର ଗୋଟିଏ ଦିନ ପୂର୍ବରୁ ଶନିବାର, ଗାଙ୍ଗୁଲି ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢିବାକୁ ସର୍ତ୍ତ ରଖି କେନ୍ଦ୍ରମନ୍ତ୍ରୀ ଶାହା, ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାକୁ ଗୃହମନ୍ତ୍ରୀ ଖଣ୍ଡନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ବିସିସିଆଇ ସଭାପତି ନିର୍ବାଚନରେ ବିଜେପିର କୌଣସି ଭୂମିକା ନାହିଁ । ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡର ସଭାପତି କିଏ ହେବ ତାହା ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଦ୍ବାରା ସ୍ଥିର ହେବ । କ୍ରିକେଟ ଆସୋସିଏସନ ସହିତ ସେ ବହୁବର୍ଷ ଧରି ଜଡିତ ଅଛନ୍ତି । ସେଥିପାଇଁ ଗାଙ୍ଗୁଲି ତାଙ୍କୁ ଦେଖା କରିବାକୁ ଆସିଥାଇ ପାରନ୍ତି ।

ବିଜେପିରେ ମିଶିବା ଚର୍ଚ୍ଚା ନେଇ ମଧ୍ୟ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । 'ବିଜେପି ଗୋଟେ ଭଲ ଦଳ, ଯଦି ସେ ଏପରି କରନ୍ତି, ତେବେ ଭଲକଥା। '

Last Updated : Oct 16, 2019, 11:13 AM IST

ABOUT THE AUTHOR

...view details