ଓଡିଶା

odisha

U-19 ବିଶ୍ବକପ ଫାଇନାଲ: ଟାଇଟଲ ଫେଭରେଟ ପ୍ରିୟମ ବାହିନୀ

By

Published : Feb 8, 2020, 11:52 PM IST

ଟୁର୍ଣ୍ଣାମେଣ୍ଟର ଫେଭରେଟ୍ ଟିମ ଭାବେ ଭାରତକୁ ବିବେଚନା କରାଯାଉଛି । କାରଣ 7ଥର ବିଶ୍ବକପ ଫାଇନାଲ ଖେଳୁଥିବା ଯୁବ ଭାରତୀୟ ଦଳକୁ ଭେଟୁଛି ପ୍ରଥମଥର ଫାଇନାଲ ଟିକେଟ ହାତେଇଥିବା ବାଂଲାଦେଶ ।

under-19-world-cup-final-team-india-aim-to-win-their-5th-title
ଅଣ୍ଡର-19 ବିଶ୍ବକପ ଫାଇନାଲ

ପୋଚେଫଷ୍ଟ୍ରୁମ୍‌: ରବିବାର 5ମ ବିଶ୍ବକପ ଟାଇଟଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତୀୟ 19 ବର୍ଷରୁ କମ କ୍ରିକେଟ ଟିମ । ସାମ୍ନାରେ ରହିଛି ପ୍ରଥମଥର ବିଶ୍ବକପ ଫାଇନାଲରେ ପ୍ରବେଶ କରିଥିବା ଯୁବ ବାଂଲାଦେଶ ଦଳ । ଚଳିତ ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ଅପରାଜେୟ ରହିଥିବା ବେଳେ ପ୍ରଥମଥର ଲାଗି ମୁହାଁମୁହିଁ ହେଉଛନ୍ତି । ମାତ୍ର ଟୁର୍ଣ୍ଣାମେଣ୍ଟର ଫେଭରେଟ୍ ଟିମ ଭାବେ ଭାରତକୁ ବିବେଚନା କରାଯାଉଛି । କାରଣ 7ଥର ବିଶ୍ବକପ ଫାଇନାଲ ଖେଳୁଥିବା ଯୁବ ଭାରତୀୟ ଦଳକୁ ଭେଟୁଛି ପ୍ରଥମଥର ଫାଇନାଲ ଟିକେଟ ହାତେଇଥିବା ବାଂଲାଦେଶ । ତେବେ ଦୁଇ ଦଳର ହେଟ ଟୁ ହେଡ ରେକର୍ଡ ଏମିତି ରହିଛି ।

ଟାଇଟଲ ଫେଭରେଟ୍‌ ପ୍ରିୟମ ବାହିନୀ

23ଟି ଦିନିକିଆରେ ଦୁଇ ଦଳ ସାମ୍ନାସାମ୍ନି ହୋଇସାରିଛନ୍ତି । ଯେଉଁଠି 18ଟି ମ୍ୟାଚ ଭାରତ ଜିତିଥିବା ବେଳେ ମାତ୍ର 3ଟି ମ୍ୟାଚ ବାଂଲେଦେଶୀ ଟିମ ହାତରେ ଲାଗିଛି । ବାକି ଦୁଇଟି ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ସେହିପରି ବିଶ୍ବକପରେ ଦୁଇ ଦଳ ପରସ୍ପରକୁ 4ଥର ଭେଟିଛନ୍ତି, ଯେଉଁଠି ଭାରତ 3ଟି ମ୍ୟାଚ ଜିତିଥିବା ବେଳେ ବାଂଲାଦେଶ ମାତ୍ର ଗୋଟିଏ ମ୍ୟାଚ ଜିତିଛି ।

ଟାଇଟଲ ଫେଭରେଟ୍‌ ପ୍ରିୟମ ବାହିନୀ

ଚଳିତ 19 ବର୍ଷରୁ କମ ବିଶ୍ବକପର ଲିଗ୍ ମ୍ୟାଚରେ ଭାରତ ଶ୍ରୀଲଙ୍କା, ଜାପାନ ଓ ନ୍ୟୁଜିଲାଣ୍ଡକୁ ହରାଇଥିବା ବେଳେ କ୍ବାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଏବଂ ସେମିଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା । ଅନ୍ୟପଟେ ଯଦି ବାଂଲାଦେଶ କଥା ଦେଖିବା, ଦଳ ତାର ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଜିମ୍ବାୱେ ଓ ସ୍କଟଲ୍ୟାଣ୍ଡ ଭଳି ଛୋଟ ଟିମକୁ ହରାଇଥିଲା । ତେଣୁ ଏସବୁ ରେକର୍ଡକୁ ନଜର ପକାଇଲେ ଫାଇନାଲ ଫାଇଟ ପାଇଁ ଭାରତର ପଲ୍ଲା ଭାରି ରହିଛି ।

ଟାଇଟଲ ଫେଭରେଟ୍‌ ପ୍ରିୟମ ବାହିନୀ

ତେବେ ଭାରତୀୟ ଯୁବ ଟିମରେ ଯଶସ୍ବୀ ଜୟସ୍ବାଲ ସ୍ପିନର ରବି ବିଷ୍ନୋଇ ଓ ପେସର କାର୍ତ୍ତିକ ତ୍ୟାଗୀଙ୍କ ପରି ଆକ୍ରମକ ଖେଳାଳି ରହିଛନ୍ତି, ଯେଉଁମାନେ ନିଜ ନିଜର ପ୍ରଦର୍ଶନ ଦ୍ୱାରା ଷ୍ଟାର୍ ହୋଇସାରିଛନ୍ତି । ଫାଇନାଲରେ ଭାରତର ବ୍ୟାଟିଂ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଓପନର ଯଶସ୍ୱୀ ଓ ଦିବ୍ୟାଂଶ ସକ୍ସେନା ଦଳକୁ ଭଲ ଆରମ୍ଭ ଦେଇ ପାରିଲେ ଦଳ ଗୋଟିଏ ବଡ ସ୍କୋର କରିପାରିବ । ସେହିପରି କ୍ୟାପଟେନ୍ ପ୍ରିୟମ ଗର୍ଗ, ତିଳକ ବର୍ମା, ଧ୍ରୁବ ଜୁରେଲଙ୍କ ଉପରେ ମଧ୍ୟକ୍ରମ ନିର୍ଭରଶୀଳ । ବୋଲିଂରେ ରବି, ତ୍ୟାଗି ଓ ଆକାଶ ସିଂହ ଏବଂ ସୁଶାନ୍ତ ମିଶ୍ରଙ୍କ ପ୍ରଦର୍ଶନ ଭଲ ରହିଆସିଛି । ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ମହମଦୁଲ୍ଲ ହାସନ୍ ଜୟ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଶତକ ମାରିଥିଲେ । ତାଙ୍କ ଉପରେ ବ୍ୟାଟିଂକ୍ରମ ନିର୍ଭର କରିବ । ବାଂଲାଦେଶର ବୋଲିଂ ପ୍ରଦର୍ଶନ ମଧ୍ୟ ସ୍ଥିର ରହିଛି ଏବଂ ସେମାନେ ଭାରତୀୟ ବ୍ୟାଟିଂ ଲାଇନ୍ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details