ହାଇଦ୍ରାବାଦ: 19 ବର୍ଷରୁ କମ୍ ଭାରତୀୟ କ୍ରିକେଟ ଟିମ ଓ ଘରୋଇ କ୍ରିକେଟରେ ଉତ୍ତର ପ୍ରଦେଶର ଓପନର ବ୍ୟାଟ୍ସମ୍ୟାନ ତଥା ୱିକେଟକିପର ବ୍ୟାଟ୍ସମ୍ୟାନ ଆର୍ଯ୍ୟନ ଜୁଆଲ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।
2018-19ବର୍ଷରୁ କମ ବିଶ୍ବକପର ସ୍ମରଣୀୟ ସମୟ, ଲକଡାଉନରେ ଦୈନିକ କାର୍ଯ୍ୟସୂଚୀ, ରାହୁଲ ଦ୍ରାବିଡଙ୍କ ସହ ପ୍ରଥମ ସାକ୍ଷାତ ଓ ସିନିୟର ଟିମରେ ସ୍ଥାନ ନେଇ ମନଖୋଲି କହିଛନ୍ତି । ଏଥିସହିତ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟତୀତ ପସନ୍ଦର ୱିକେଟ କିପର ବ୍ୟାଟ୍ସମ୍ୟାନ ଓ କୋରୋନା ଭାଇରସ କାରଣରୁ ବଦଳିବାକୁ ଯାଉଥିବା କ୍ରିକେଟ ନିୟମ ନେଇ ମଧ୍ୟ ମତ ରଖିଛନ୍ତି ।
କେମିତି ରହିଛି ଲକଡାଉନ ରୁଟିନ୍ ?
18ବର୍ଷୀୟ ଆର୍ଯ୍ୟନ କହିଛନ୍ତି, "ଲକଡାଉନ ବହୁତ ଭଲ ରହିଛି । ପରିବାର ସହ ବହୁବର୍ଷ ପରେ, ରହିବାର ଭରପୁର ସୁଯୋଗ ମିଳିଛି । ଯୋଗ, ପ୍ରାଣାୟମ କରୁଛି । ପ୍ରଥମରୁ କ୍ରିକେଟ ଖେଳିବା ବନ୍ଦ ଥିଲା, ମାତ୍ର କଟକଣା କୋହଳ ହେବାପରେ, ଏବେ କିଛି ଅଭ୍ୟାସ ଆରମ୍ଭ ହୋଇଛି । ଅଭ୍ୟାସ ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଉଛି ଏଥିସହିତ ମାନସିକ ସ୍ଥିତିରେ ସୁଧାର ଆଣିବାକୁ ମଧ୍ୟ ସମୟ ମିଳିଲା ।"
2018 19ବର୍ଷରୁ କମ ବିଶ୍ବକପ ଟିମରେ ଚୟନ ଖବର କିପରି ମିଳିଥିଲା, ଓ କଣ ଥିଲା ମାହୋଲ ?
ଉତ୍ତରରେ ଜୁଆଲ କହିଛନ୍ତି,"ଚ୍ୟାଲେଞ୍ଜର ଟ୍ରଫିର ଗୋଟିଏ ଦିନ ପରେ ବିଶ୍ବକପ ଟିମ ଘୋଷଣା ହେବାର ଥିଲା । ରାତି ତମାମ ନିଦ ହେଉନଥିଲା । ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଚେଷ୍ଟା ତ କରିଛି, ମାତ୍ର ମନରେ ଚୟନକୁ ନେଇ ଅନେକ ଉତ୍ସାହଥିଲା । ପରଦିନ 111-12ଟା ମଧ୍ୟରେ ଫୋନ ଆସିଲା, ପାସପୋର୍ଟ ସହ ଆସିବାକୁ କୁହାଯାଇଥିଲା । 5-6ଜଣ ଥିଲୁ, ସମସ୍ତ ପହଞ୍ଚିଲୁ । ସେଠାରେ ମ୍ୟାନେଜର ଟିମରେ ଚୟନ ହୋଇଥିବା ଜଣାଇଥିଲେ । ପରେ ସର୍ବପ୍ରଥମେ ଏହି ଖବର ବାପାଙ୍କୁ ଫୋନକରି ଜଣାଇଥିଲି । କାରଣ ଆଜି ମୁଁ ଯାହା ବି କିଛି ହୋଇପାରିଛି, କେବଳ ତାଙ୍କର ପରିଶ୍ରମ ପାଇଁ ହୋଇଛି।"
କୋଚ ରାହୁଲ ଦ୍ରାବିଡଙ୍କ ସାଙ୍ଗେ, ପ୍ରଥମ ଥର ସାକ୍ଷାତ କେମିତି ଥିଲା ?
2018ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଭାରତୀୟ 19ବର୍ଷରୁ କମ ଟିମର ଅଧିନାୟକ ରହିସାରିଥିବା ଆର୍ଯ୍ୟନ କହିଛନ୍ତି, "ପ୍ରଥମ ଥର ଚ୍ୟାଲେଞ୍ଜର ଟ୍ରଫି ସମୟରେ ସାକ୍ଷାତ ହୋଇଥିଲା । ପ୍ରଥମ ଥର ଲାଗିଲା କି, ମୁଣ୍ଡ ମାଟିଉପରେ ରହିଛି । ପ୍ରଥମ ଥର ଅଭ୍ୟାସ ସମୟରେ ସାମ୍ନାକୁ ଆସି, ହାତ ମିଳାଇବା ସହ ସେ କହିଥିଲେ 'ମୁଁ ରାହୁଲ' । ସେ ଏମିତି କହୁଥିଲେ, ଯେମିତି ଲାଗୁଥିଲା, ଏତେବଡ ଲୋକ ନିଜକୁ ଏମତି ପରିଚୟ ଦେଉଛନ୍ତି । ଏହାପରେ ବହୁତ ଭଲ ଲାଗିଲେ । ପରେ ଗୋଟିଏ ମାସରୁ ଅଧିକ ସମୟ ତାଙ୍କ ସହିତ ବିତାଇଛି ।"