ଓଡିଶା

odisha

By

Published : Apr 11, 2020, 12:28 AM IST

ETV Bharat / sports

ଲକଡାଉନ ବେଳେ ଗଛ ଉପରେ ଚଢିଲେ ଅମ୍ପାୟାର ଅନିଲ ଚୌଧୁରୀ

ମୋବାଇଲ ନେଟୱର୍କ ଯୋଗୁଁ ଗଛ ଉପରେ ତ କେତେବେଳେ ଛାତ ଉପରେ ଦେଖିବାକୁ ମିଳିଛି ଅମ୍ପାୟାର ଅନିଲ ଚୌଧୁରୀଙ୍କୁ । ଅଧିକ ପଢ଼ନ୍ତୁ...

umpire Anil Chaudhary, Anil Chaudhary climbs up trees,  pursuit of mobile network, ଅନିଲ ଚୌଧୁରୀ, ଗଛ ଉପରେ ଚଢିଲେ ଅମ୍ପାୟାର
ଲକଡାଉନ ବେଳେ ଗଛ ଉପରେ ଚଢିଲେ ଅମ୍ପାୟାର ଅନିଲ ଚୌଧୁରୀ

ନୂଆଦିଲ୍ଲୀ: ଭାରତର ଅନ୍ୟତମ କ୍ରିକେଟ ଅମ୍ପାୟାର ଅନିଲ ଚୌଧୁରୀ ହଠାତ ଚର୍ଚ୍ଚାର ଆସି ଯାଇଛନ୍ତି । ଏହାର କାରଣ ଅମ୍ପାୟାରଙ୍କ ସହିତ ଜଡିତ ନିଷ୍ପତ୍ତି ନୁହେଁ, କିନ୍ତୁ ଅନ୍ୟ କିଛି । ଆଇସିସି ପ୍ୟାନେଲ ଅମ୍ପାୟାର ଅନିଲ ଚୌଧୁରୀଙ୍କୁ ଲକଡାଉନ ସମୟରେ ଗଛ ଉପରେ ତ କେତେବେଳେ ଛାତ ଉପରେ ନିଜ ମୋବାଇଲକୁ ଏପଟ ସେପଟ କରୁଥିବା ଦେଖିବାକୁ ମିଳିଛି । ଯାହା ନିଶ୍ଚିତ ଭାବେ ସଭିଙ୍କୁ ଚକିତ କରିଛି ।

ବାସ୍ତବରେ, ଭାରତର ଅନ୍ୟତମ କ୍ରିକେଟ ଅମ୍ପାୟାର ଚୌଧୁରୀ କୋରୋନା ଭାଇରସ କାରଣରୁ ଲକ ଡାଉନ ସମୟରେ ନିଜ ଗାଁରେ ରହିବାକୁ ବାଧ୍ୟ ହୋଇଥିଲେ । ଯେଉଁଠାରେ ସେ ଖରାପ ନେଟୱର୍କ ହେତୁ ଖୋଲା ପଡ଼ିଆରେ ‘ଗୁଗଲି' ଏବଂ 'ବାଉନ୍ସର୍'ର ସମ୍ମୁଖୀନ ହୋଇଥିଲେ।

55 ବର୍ଷୀୟ ଅନିଲଙ୍କୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚରେ ଅମ୍ପାୟାରିଙ୍ଗ କରିବାର ଥିଲା । କିନ୍ତୁ ସିରିଜ ମଝିରେ ଅଟକି ଯିବାରୁ ସେ ମାର୍ଚ୍ଚ 16 ତାରିଖରେ ଉତ୍ତର ପ୍ରଦେଶ ଶାମଲି ଜିଲ୍ଲାରେ ସ୍ଥିତ ନିଜ ଗାଁକୁ ଚାଲି ଯାଇଥିଲେ । ତେବେ ଅନେକ ଦିନ ପରେ ଗାଁକୁ ଯାଇଥିବାରୁ ସେ ସେଠାରେ କିଛି ଦିନ ରହିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏହି ସମୟରେ ଲକ ଡାଉନ ଘୋଷଣା ହୋଇ ଯିବାରୁ ସେ ସେଠାରୁ ଫେରି ପାରିନଥିଲେ ।

ତାଙ୍କ ପୁଅ ମାନେ ମଧ୍ୟ ତାଙ୍କ ସହ ଅଛନ୍ତି । ତେବେ ନେଟୱର୍କ ନଥିବା କାରଣରୁ ପିଲାଙ୍କ ଅନଲାଇନ ପାଠପଢ଼ାକୁ ନେଇ ଚିନ୍ତିତ ଅଛନ୍ତି ଚୌଧୁରୀ ।

ABOUT THE AUTHOR

...view details