ଓଡିଶା

odisha

କନ୍ୟା ସନ୍ତାନର ପିତା ହେଲେ ଉମେଶ ଯାଦବ

By

Published : Jan 1, 2021, 8:35 PM IST

ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ଓ ପତ୍ନୀ ତନୟା ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ଅଧିକ ପଢନ୍ତୁ...

Umesh Yadav and wife blessed with baby girl
କନ୍ୟା ସନ୍ତାନର ପିତା ହେଲେ ଉମେଶ ଯାଦବ

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ଓ ପତ୍ନୀ ତନୟା ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ଶୁକ୍ରବାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି ଉମେଶ ।

ଚଳିତ ଟେଷ୍ଟ ସିରିଜ ପାଇଁ ଉମେଶ ଚଳିତ ଅଷ୍ଟ୍ରେଲିଆରେ ଭାରତୀୟ ଟିମ ସହ ରହିଥିଲେ । ତେବେ ଆହତ ହେବାପରେ ସିରିଜରୁ ବାଦ ପଡିବା ସହ ବୁଧବାର ଅଷ୍ଟ୍ରେଲିଆରୁ ଭାରତ ଅଭିମୁଖେ ଯାତ୍ରା କରିଛନ୍ତି । ମେଲବୋର୍ଣ୍ଣରେ ଖେଳାଯାଇଥିବା ବକ୍ସିଂ ଡେ ଟେଷ୍ଟର ତୃତୀୟ ଦିନରେ ମାଂସପେଶୀରେ ଜନିତ ଆଘାତ ଭୋଗିଥିଲେ ।

ବୋର୍ଡ ଅଫ କ୍ରିକେଟ କଣ୍ଟ୍ରୋଲ ଅଫ ଇଣ୍ଡିଆ(ବିସିସିଆଇ) ପକ୍ଷରୁ ଶୁକ୍ରବାର ଉମେଶଙ୍କ ବଦଳ ଖେଳାଳି ଭାବେ ଟି. ନଟରାଜନଙ୍କୁ ସ୍କ୍ବାଡରେ ସାମିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details