ଓଡିଶା

odisha

ETV Bharat / sports

‘11 ଜୁନରେ ଉମର ଆକମଲଙ୍କ ବ୍ୟାନ ବିରୋଧ ଆବେଦନର ଶୁଣାଣି’ - ଆକମଲଙ୍କ ବ୍ୟାନ ବିରୋଧ ଆବେଦନର ଶୁଣାଣି

ଉମର ଆକମଲଙ୍କ ତିନି ବର୍ଷର ପ୍ରତିବନ୍ଧକ ବିରୋଧରେ ହୋଇଥିବା ଆବେଦନର ଶୁଣାଣି 11 ଜୁନରେ ହେବା ନେଇ ସୂଚନା ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ । ଅଧିକ ପଢ଼ନ୍ତୁ...

Umar Akmal's appeal against ban, Akmal's appeal to be heard on june 11, PCB, ଆକମଲଙ୍କ ବ୍ୟାନ ବିରୋଧ ଆବେଦନର ଶୁଣାଣି, ଉମର ଆକମଲ
‘11 ଜୁନରେ ଉମର ଆକମଲଙ୍କ ବ୍ୟାନ ବିରୋଧ ଆବେଦନର ଶୁଣାଣି’

By

Published : Jun 5, 2020, 11:29 PM IST

କରାଚି: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଘୋଷଣା କରିଛି ଯେ ୱିକେଟ କିପର ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ତିନି ବର୍ଷର ପ୍ରତିବନ୍ଧକ ବିରୋଧରେ ହୋଇଥିବା ଆବେଦନ ଜୁନ 11ରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସଙ୍କ ଦ୍ବାରା ଶୁଣାଣି ହେବ । ଆମେ ଅତୀତରେ ଦେଖିଛୁ ଯେ ବିବାଦ ଏବଂ ଉମର ସବୁବେଳେ ହାତ ମିଳାଇ ଚାଲନ୍ତି । ବିଗତ ଅନେକ ବର୍ଷ ଧରି ଆକମଲ ବିଭିନ୍ନ ବିବାଦୀୟ ଘଟଣାରେ ଜଡିତ ଥିଲେ ଯାହା କ୍ରିକେଟ ପ୍ରତିଭା ଅପେକ୍ଷା ତାଙ୍କ ଆଚରଣ ବିଷୟରେ ଅଧିକ ଆଲୋଚନା କରିଥିଲା। ଫିଟନେସ ପ୍ରସଙ୍ଗ ଠାରୁ ଆରମ୍ଭ କରି ଆଚରଣଗତ ଘଟଣା ଏବଂ ବର୍ତ୍ତମାନ ଦୁର୍ନୀତି ଅଭିଯୋଗ ।

ବର୍ତ୍ତମାନ ତାଙ୍କୁ ତିନି ବର୍ଷର ବ୍ୟାନର ସମ୍ମୁଖୀନ ହେବାକୁ ପଡିଥିବାରୁ ସେ ତାଙ୍କ ନିକଟକୁ ଆସିଥିବା ଆଭିମୁଖ୍ୟ ବିଷୟରେ ପିସିବିକୁ ଜଣାଇବାରେ ବିଫଳ ହୋଇଥିଲେ। ଏହାପରେ ପିସିବିର ଶୃଙ୍ଖଳାଗତ ପ୍ୟାନେଲ ଦ୍ବାରା କରାଯାଇଥିବା ଏକ ପର୍ଯ୍ୟବେକ୍ଷଣରେ କୁହାଯାଇଛି ଯେ ଅକମଲ ଅନୁତାପ କରିନାହାଁନ୍ତି କିମ୍ବା ଦୁର୍ନୀତିଗ୍ରସ୍ତ ଆଭିମୁଖ୍ୟ ରିପୋର୍ଟ କରିବାରେ ବିଫଳ ହୋଇଥିବାରୁ ସେ କ୍ଷମା ମାଗି ନାହାଁନ୍ତି।

ପାକିସ୍ତାନ ସୁପର ଲିଗ୍ (PSL) ମ୍ୟାଚ୍ ସମୟରେ ତାଙ୍କୁ ଦିଆଯାଇଥିବା ସ୍ପଟ୍ ଫିକ୍ସିଂ ପ୍ରସ୍ତାବ ବିଷୟରେ ରିପୋର୍ଟ ନକରିବାରୁ ଏପ୍ରିଲ 27ରେ ପିସିବିର ଅନୁଶାସନ ପ୍ୟାନେଲ ଦ୍ବାରା ତିନି ବର୍ଷ ପାଇଁ ବ୍ୟାନ କରାଯାଇଥିଲା।

କ୍ରିକେଟ୍ ବୋର୍ଡ ଏହାର ୱେବସାଇଟରେ ପୋଷ୍ଟ କରି କହିଛି ଯେ, ‘‘ଉମର ଆକମଲ ଏବଂ ପିସିବିଙ୍କୁ ଶୁଣାଣି ପାଇଁ ନୋଟିସ ଜାରି କରାଯାଇଛି ।’’

ଦୁଇଟି ପୃଥକ ଘଟଣାରେ ପିସିବି ଦୁର୍ନୀତି ନିବାରଣ ସଂହିତାର ଧାରା 2.4.4 ଉଲ୍ଲଂଘନ କରିଥିବାରୁ ପ୍ୟାନେଲ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତିବନ୍ଧକ ଲଗାଇବା ପରେ ଏହା ବିରୋଧରେ ଆକମଲ ଆବେଦନ କରିଥିଲେ ।

ଡିଫେନ୍ସ ହାଉସିଂ ସୋସାଇଟି ଲାହୋରରେ ଆୟୋଜିତ ଦୁଇଟି ପୃଥକ ପାର୍ଟିରେ ଆକମଲଙ୍କୁ ସ୍ପଟ୍ ଫିକ୍ସିଂ ଅଫର ଦିଆଯାଇଥିଲା ।

ଅନୁଶାସନ ପ୍ୟାନେଲର ଚେୟାରମ୍ୟାନ ଜଷ୍ଟିସ୍ (ଅବସରପ୍ରାପ୍ତ) ଫଜଲ-ଏ-ମିରାନ ଚୌହାନ କହିଛନ୍ତି ଯେ ଅକମଲ ସହଯୋଗ କରୁନାହାଁନ୍ତି ଏବଂ ଏଥିରେ ତାଙ୍କର କୌଣସି ଅନୁତାପ ନାହିଁ। ଆକମଲ ଶେଷ ଥର ପାଇଁ ଅକ୍ଟୋବର, 2019 ରେ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ଖେଳିଥିଲେ।

@PTI

ABOUT THE AUTHOR

...view details