ଓଡିଶା

odisha

ETV Bharat / sports

ଇଡିଅଟ ତାଲିକାରେ ଉମର ଆକମଲ: ରମିଜ ରାଜା - କ୍ରିକେଟରୁ ବାସନ୍ଦ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ

କ୍ରିକେଟରୁ ବାସନ୍ଦ ହେବାପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ନେଇ ରମିଜ ରାଜାଙ୍କ ବଡ ବୟାନ । ବାସନ୍ଦ ପରେ ଆକମଲ, ଇଡିଅଟ ତାଲିକାରେ ସାମିଲ ହୋଇଥିବା କହିଛନ୍ତି ପୂର୍ବତନ ପାକିସ୍ତାନି କ୍ରିକେଟର ରମିଜ ରାଜା । ଅଧିକ ପଢନ୍ତୁ...

Umar Akmal makes it to the list of idiots: Ramiz Raja
ଇଡିଅଟ ତାଲିକାରେ ଉମର ଆକମଲ: ରମିଜ ରାଜା

By

Published : Apr 28, 2020, 2:27 PM IST

ଲାହୋର: କ୍ରିକେଟରୁ ବାସନ୍ଦ ହେବାପରେ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କୁ ନେଇ ରମିଜ ରାଜାଙ୍କ ବଡ ବୟାନ । ବାସନ୍ଦ ପରେ ଆକମଲ, ଇଡିଅଟ ତାଲିକାରେ ସାମିଲ ହୋଇଥିବା କହିଛନ୍ତି ପୂର୍ବତନ ପାକିସ୍ତାନି କ୍ରିକେଟର ରମିଜ ରାଜା ।

ଏପରି ଅପରାଧ ପାଇଁ ଦେଶରେ ଶୀଘ୍ର ଆଇନଗତ ସଂସ୍କାର ଆଣିବାକୁ ରାଜା ଦାବି କରିଛନ୍ତି । ନଚେତ ଏଭଳି ଅପରାଧର ମାତ୍ରା ବୃଦ୍ଧିପାଇବାରେ ସମ୍ଭାବନା ରହିଛି । ରାଜା ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି 'ହ୍ବାଟ ଏ ୱେଷ୍ଟ ଅଫ ଟାଲେଣ୍ଟ' ।

ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ଚେୟାରମ୍ୟାନ ଏହସାନ ମଣି ମଧ୍ୟ ସରକାରଙ୍କୁ ଫିକ୍ସିଂକୁ ନେଇ କଡା ଆଇନ ଆଣିବାକୁ ଅନୁରୋଧ କରିଥିଲେ । ଶୃଙ୍ଖଳା କମିଟିର ଚେୟାରମ୍ୟାନ ଫଜଲ-ଏ-ମିରନ ଚୌହାନ ଆକମଲଙ୍କୁ 3ବର୍ଷ କ୍ରିକେଟରୁ ବାସନ୍ଦ ଘୋଷଣା କରିଛନ୍ତି । ମ୍ୟାଚ ଫିକ୍ସିଂ ସହ ଉମର ଆକମଲଙ୍କ ନାମରେ ଲାହୋରରେ ଜାତୀୟ କ୍ରିକେଟ ଏକାଡେମୀର ଫିଟନେସ ଟେଷ୍ଟବେଳେ, ମେଡିକାଲ ଷ୍ଟାଫଙ୍କୁ ଖରାପ ବ୍ୟବହାର କରିଥିବା ଅଭିଯୋଗ ରହିଥିଲା ।

ABOUT THE AUTHOR

...view details