ଓଡିଶା

odisha

ETV Bharat / sports

ଆଇିସିସି ନିୟମର ଉଲ୍ଲଂଘନ: 5ଜଣ U-19 ଭାରତ-ବାଂଲାଦେଶ ଖେଳାଳି ଦଣ୍ଡିତ - ICC Code of Conduct

19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଖେଳାଳିଙ୍କ ଅଶୋଭନୀୟ ଆଚରଣରେ କ୍ଷୁବ୍ଧ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। 3 ବାଂଲାଦେଶ ଓ 2 ଭାରତୀୟ ଖେଳାଳିଙ୍କୁ ମିଳିଲା ଦଣ୍ଡ । ଅଧିକ ପଢନ୍ତୁ...

U19 World Cup Final
19 ବର୍ଷରୁ କମ ବିଶ୍ବକପ

By

Published : Feb 11, 2020, 11:14 AM IST

ଦୁବାଇ: 19 ବର୍ଷରୁ କମ ବିଶ୍ବକପ ଫାଇନାଲରେ ଖେଳାଳିଙ୍କ ଅଶୋଭନୀୟ ଆଚରଣରେ କ୍ଷୁବ୍ଧ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିଲା ହାଇଭୋଲଟେଜ ଫାଇନାଲ ମ୍ୟାଚ। ବିଜୟୀ ହେବାପରେ ବାଂଲାଦେଶ ଖେଳାଳି ପଡିଆ ମଧ୍ୟରୁ ଚାଲିଆସିଥିଲେ। ଏହାପରେ ଭାରତୀୟ ଖେଳାଳିଙ୍କା ସାମ୍ନାରେ ଆକ୍ରମଣାତ୍ମକ ଭଙ୍ଗିରେ ଖୁସି ମନାଇଥିଲେ। ଏମିତିକି କିଛି ବାଂଲାଦେଶ ଖେଳାଳି ଭାରତୀୟ ଖେଳାଳିଙ୍କ ରାସ୍ତା ରୋକିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା।

19 ବର୍ଷରୁ କମ ବିଶ୍ବକପ ଚମ୍ପିଆନ ବାଂଲାଦେଶ

ଏହି ଘଟଣାରେ ଆଇିସିସି ଉଭୟ ଟିମର 5ଜଣ ଖେଳାଳିଙ୍କୁ ଦୋଷୀ ଭାବେ ବିବେଚନା କରିଛି। ବାଂଲାଦେଶ ଟିମର ତୋହ୍ବିଦ ହ୍ରିଦୟ, ସାମିମ ହୁସେନ ଓ ରକିବୁଲ ହୁସେନ ଆଇିସିସିର କୋଡ ଅଫ କଣ୍ଡକ୍ଟର ଧାରା 2.21କୁ ଉଲ୍ଲଂଘନ କରିଛନ୍ତି। ଭାରତୀୟ ଖେଳାଳି ଆକାଶ ସିଂହ ଓ ରବି ବିଷ୍ଣୋଇ ଆଇସିସି କୋଡ ଅପ କଣ୍ଡକ୍ଟର ଧାରା 2.5କୁ ଉଲ୍ଲଂଘନ କରିଥିବା ଜଣାପଡିଛି।

ଫାଇନାଲ ମ୍ୟାଚରେ ଦୁଇ ଫିଲ୍ଡ ଅମ୍ପାୟାର ସାମ ନାଗଜଶୋକି, ଆଦ୍ରିଆନ ହୋଲ୍ଡଷ୍ଟକ ଓ 3ୟ ଅମ୍ପାୟାର ରବିନ୍ଦ୍ର ୱିମାଲାଶିରି ଓ 4ର୍ଥ ଅମ୍ପାୟାର ପାଟ୍ରିକ ବୋନଙ୍ଗିନି ଜେଲେ ଏନେଇ ରିପୋର୍ଟ ଦାଖଲ କରିଥିଲେ। ଆଇସିସି 19 ବର୍ଷରୁ କମ କ୍ରିକେଟ ବିଶ୍ବକପ ମ୍ୟାଚ ରେଫରି ଗ୍ରେମ ଲାବରୟ 5 ଖେଳାଳିଙ୍କୁ ଦଣ୍ଡ ଶୁଣାଇଛନ୍ତି।


ତୋହ୍ବିଦ ହ୍ରିଦୟଙ୍କୁ 10ଟି ନିଲମ୍ବିତ ପଏଣ୍ଟ ଓ 6ଡିମେରିଟ ପଏଣ୍ଟ ମିଳିଛି । ହୁସେନ ଓ ଆକାଶ 8ଟି ନିଲମ୍ବିତ ପଏଣ୍ଟ ସହ 6 ଡିମେରିଟ ପଏଣ୍ଟ ପାଇଛନ୍ତି। ରକିବୁଲ ହୁସେନଙ୍କୁ 4ଟି ନିଲମ୍ବିତ ପଏଣ୍ଟ ସହ 5ଟି ଡିମେରିଟ ପଏଣ୍ଟ ମିଳିଛି। ଭାରତୀୟ ବୋଲର ରବି ବିଷ୍ଣୋଇଙ୍କୁ 7ଟି ଡିମେରିଟ ପଏଣ୍ଟ ମିଳିଛି । ଏହି ଡିମେରିଟ ପଏଣ୍ଟ 2ବର୍ଷ ପାଇଁ ଲାଗୁ ହେବ।ମ୍ୟାଚ ପରେ ବାଂଲାଦେଶ କ୍ୟାପଟେନ ଆକବର ଅଲ୍ଲୀ ନିଜ ଟିମର ଖେଳାଳିଙ୍କ ବ୍ୟବହାରକୁ ଦୁର୍ଭାଗ୍ୟଜନକ କହିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।

ABOUT THE AUTHOR

...view details